ରୁଷ ଓ ୟୁକ୍ରେନ୍ ମଧ୍ୟରେ ପ୍ରାୟ ଦେଢ଼ ମାସ ହେବ ଲାଗି ରହିଛି ଘମାଘୋଟ ଯୁଦ୍ଧ। ଏହାରି ଭିତରେ ଅଚାନକରେ ୟୁକ୍ରେନ୍ର ରାଜଧାନୀ କିଭ୍ ଗସ୍ତରେ ଯାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ସେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ବୁଲି ରୁଷ ଆକ୍ରମଣର ଧ୍ୱଂସଲୀଳା ଦେଖିଛନ୍ତି ।
ଜନଶୂନ୍ୟ କିବ୍ ରାସ୍ତାରେ ଚାଲି ଚାଲି ବୁଲିଛନ୍ତି ଜନ୍ସନ୍। ଏଥିସହ ସବୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇବା ପାଇଁ ସେ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଦୁଇ ନେତା କିଛି ସମୟ ଚାଲି ଚାଲି କିଭ୍ ଅଞ୍ଚଳ ବୁଲିଥିଲେ । କିଭର ମୁଖ୍ୟ କ୍ରେସଚାତିକ୍ ରାସ୍ତାରେ ଦୁଇ ନେତା କିଛି ପଥଚାରୀଙ୍କୁ ଅଭିବାଦନ ମଧ୍ୟ ଜଣାଇଥିଲେ ।
ଫେବ୍ରୁଆରୀ ୨୪ ତାରିଖରୁ ଋଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍ ଗସ୍ତ କରିବାରେ ଜନସନ୍ ହେଉଛନ୍ତି ପ୍ରଥମ ଜି-୭ ନେତା । ୧୨୦ଟି ଯୁଦ୍ଧ ଯାନ ଏବଂ ନୂଆ ଆଣ୍ଟି ସିପ୍ ମିଜାଇଲ୍ ସିଷ୍ଟମ ପରି ୧୦୦ ନିୟୁତ ପାଉଣ୍ଡର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜନସନ୍ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ବିଶ୍ୱବ୍ୟାଙ୍କର ଅତିରିକ୍ତ ୫ ଶହ ନିୟୁତ ଡଲାର ଋଣ କରାଇ ଦେବାକୁ ମଧ୍ୟ କହିଛନ୍ତି । ଏହାକୁ ମିଶାଇ ୟୁକ୍ରେନକୁ ଇଂଲଣ୍ଡ ୧ ବିଲିୟନ୍ ପର୍ୟ୍ୟନ୍ତ ଋଣ ଗ୍ୟାରେଣ୍ଟି ଦେଲାଣି ।