ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ସଂଜିବନୀ

କରୋନା ସଙ୍କଟ ଭିତରେ ମୋଦି ସରକାର ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ବିଶ୍ୱ ମହାମାରୀ କରୋନା ଦେଶର ସ୍ୱାସ୍ଥ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି । ଗତବର୍ଷ ମାର୍ଚ୍ଚ,ଏପ୍ରିଲରେ ଲକଡାଉନ,ସଟଡାଉନ ଘୋଷଣା କରି ସରକାର କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିର୍ତିଭୂମୀ ସଜାଡିବାକୁ ପ୍ରୟାସ କରିଥିଲେ । ସାଧାରଣ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨ ଲକ୍ଷ ୨୩ ହଜାର ୮୪୬ କୋଟି ବ୍ୟୟବରାଦ କରାଯାଇଛି । ଗତ ବଜେଟ ତୁଳନାରେ ୧୩୭ ପ୍ରତିଶତ ଅଧିକ ବ୍ୟୟ ଅଟକଳ ରହିଛି । ଗତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ୯୪ ହଜାର ୪୫୨ କୋଟି ମିଳିଥିଲା । କରୋନା ଟିକାକରଣ ପାଇଁ ବଜେଟରେ ୩୫ ହଜାର କୋଟି ବ୍ୟୟବରାଦ କରାଯାଇଛି । ପିଏମ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର ୧୮୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଦୁଇଟି ଟିକାକୁ ସରକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଖୁବ ଶୀଘ୍ର ଆଉ ୨ଟି ଟିକା ଆସିବାକୁ ଯାଊଛି । ଭାରତ ପକ୍ଷରୁ ୧୦୦ଟି ଦେଶକୁ କରୋନା ଟିକା ଯୋଗାଇ ଦିଆଯିବ । କରୋନା ବିରୋଧୀ ଲଢେଇରେ ଭାରତ ସମଗ୍ର ବିଶ୍ୱର ନେତୃତ୍ୱ ନେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

କରୋନା ଭଳି ମହାମାରୀ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରର ଭିର୍ତିଭୂମୀର ବିକାଶ ପାଇଁ ସରକାରଙ୍କୁ ବାଧ୍ୟ କରିଛି । ସ୍ୱାସ୍ଥ୍ୟ ଭିର୍ତିଭୂମୀ ଦୃଷ୍ଟିରୁ ବିଶ୍ୱର ୧୮୯ଟି ଦେଶରେ ଭାରତର ର୍ୟାଙ୍କ ୧୭୯ । ସେହିପରି ହସ୍ପିଟାଲାଇଜେସନ ରେଟ୍ ୪ରୁ ୫ ପ୍ରତିଶତ ରହିଛି । ଜିଡିପିର ମାତ୍ର ୧ ପ୍ରତିଶତ ସରକାର ସ୍ୱାସ୍ଥ୍ୟସେବାରେ ବିନିଯୋଗ କରୁଛନ୍ତି ।ଆଗାମୀ ୬ ବର୍ଷରେ ଗ୍ରାମଚଂଳ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

Comments (0)
Add Comment