ବୁଧବାର ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ଭୋଟ୍, ଆଜି ସଂଧ୍ୟାରେ ସରିବ ପ୍ରଚାର

ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର । ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ୟ୍ୟାୟ ମତଦାନ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ୟ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ୟ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ । ମୋଟ୍ ୫ଟି ପର୍ୟ୍ୟାୟରେ ଭୋଟିଂ ହେବ ।
୧୬ ତାରିଖରେ ପ୍ରଥମ ପର୍ୟ୍ୟାୟ ମତଦାନ ହେବ। ୩୦ ଜିଲ୍ଲାର ୭୧ ବ୍ଲକ୍ ର ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ୍ ଗ୍ରହଣ ହେବ। ପ୍ରାୟ ୬୭ ଲକ୍ଷ ୫୧ ହଜାର ଭୋଟର୍ ୨୨,୩୭୯ ବୁଥ୍ ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ।

Comments (0)
Add Comment