ପଞ୍ଚାୟତ ନିର୍ବାଚନ : ନାମାଙ୍କନର ଆଜି ଦ୍ୱିତୀୟ ଦିନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ଆଜି ନାମାଙ୍କନ ଦାଖଲର ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଜଣେ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୨୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ ।
ସୋମବାର ପ୍ରାର୍ଥୀଙ୍କୁ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିିପତ୍ର ଦାଖଲ କରିବା ଉପରେ ରୋକ୍‌ ଲାଗିଥିବାରୁ ପ୍ରାର୍ଥୀମାନେ ନିରାଡମ୍ବର ସହକାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ ତିନି ପ୍ରମୁଖ ଦଳର ବହୁ ସ୍ଥାନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବାରୁ ‌ଦଳୀୟ ପ୍ରାର୍ଥୀ ହେବାକୁ ଯେଉଁମାନେ ଆଶା ରଖିଛନ୍ତି ସେମାନେ ଶେଷ ମୁହୂର୍ତ୍ତରେ ଟିକେଟ ହାତେଇବା ପାଇଁ ଏବେବି ଲବି ଜାରି ରଖିଛନ୍ତି ।
୨୨ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୨୩ରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଏହାପରେ ୨୩ରୁ ୨୫ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି । ୨୫ତାରିଖ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ୯୧,୯୧୩ ୱାର୍ଡମେମ୍ବର, ୬୭୯୩ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ଏଥର ମତଦାନ ହେବ

Comments (0)
Add Comment