ମେ’୪ରୁ ସିବିଏସ୍ଇ ବୋର୍ଡ ପରୀକ୍ଷା

ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କେନ୍ଦ୍ର ଶିକ୍ଷା ବଭାଗ । ନୂଆ ଆଶା ସହ ଆସୁଛି ନୂଆ ବର୍ଷ । ୨୦୨୦ ଭଳି ୨୦୨୧ ବର୍ଷରେ ବାହ୍ୟାତ ହେବନି ପରୀକ୍ଷା । ବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ମେ ୪ରୁ ଆରମ୍ଭ ହୋଇ ଏହା ଜୁନ୍‌ ୧୦ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି । ଯଦି କରୋନାର ପ୍ରକୋପ ଥାଏ ତେବେ ସେଥିପାଇଁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ, ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ୍ ନୁହେଁ ବରଂ ଅଫଲାଇନରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ପରୀକ୍ଷା ତାରିଖ ଘୋଷଣା ପରେ ସ୍କୁଲରେ ପ୍ରାକ୍ଟିକାଲ, ପ୍ରୋଜେକ୍ଟ ପାଇଁ ତାରିଖ ସ୍ଥିର କରିଛି ସିବିଏସଇ । ମାର୍ଚ୍ଚ ୧ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଥିଓରୀ ପରୀକ୍ଷା ଯାଏଁ ସ୍କୁଲରେ ପ୍ରାକ୍ଟିକାଲ ଲାଗି ଅନୁମତି ଦିଆଯିବ । ଏଥିପାଇଁ ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଡାଟା ସିଟ୍ ଜାରି କରାଯିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment