ଏଥର ହେବନି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ସିବିଏସଇ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ସେ ନେଇ ବରିଷ୍ଠ ମନ୍ତ୍ରୀ,ସଚିବ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିଥିଲେ । ବର୍ତମାନ ପରିସ୍ଥିତିରେ ପରୀକ୍ଷା କରିବା ସମ୍ଭବ କି ନୁହେଁ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକ ପରେ ପରୀକ୍ଷା ରଦ୍ଧ ନେଇ ଘୋଷଣା କରାଯାଇଛି ।
ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏଯାଏ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏଭଳି ସ୍ଥିତିରେ ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ନେଇ ନିଷ୍ପତି ନିଆଯାଇଛି । ପୂର୍ବରୁ ସିବିଏସଇ ଦଶମ ପରୀକ୍ଷା ବାତିଲ ଘୋଷଣା ହୋଇସାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ବର୍ତମାନ ସ୍ଥିତିରେ ପରୀକ୍ଷା କରିବା ସମ୍ଭବ ନୁହେଁ । ତେବେ ପରୀକ୍ଷା ବାତିଲ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ମାକ ଦିଆଯିବ ସେ ନେଇ ସିବିଏସଇ ପକ୍ଷରୁ ଏକ ଗାଇଡଲାଇନ ଦିଆଯିବ । ଯେହେତୁ ସିବିଏସଇ ଦ୍ୱାଦଶ ପରୀକ୍ଷା ହେଉଛି ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ସିବିଏସଇ ଦ୍ୱାଦଶ ପରୀକ୍ଷା ପରେ ପିଲାମାନେ କଣ ପାଠ ପଢିବେ କେଉଁ ଲାଇନରେ ଯିବେ ତାହା ସ୍ଥିର କରିଥାନ୍ତି । ତେଣୁ ସେମାନଙ୍କୁ କେଉଁ ଆଧାରରେ ମାର୍କ ମିଳିବ ତାହା ଏବେ ବଡ଼ ପ୍ରଶ୍ନ ।