ସାମାନାକୁ ଆସିଲା ଓଲିଉଓ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କ ଆଉ ଏକ ଭିଡିଓ । ଏହି ଭିଡିଓଟିରେ ରୁମ ଭିତରକୁ ଯିବାକୁ ଅନୁଭବ କହୁଥିବା ବେଳେ ବର୍ଷା ତାଙ୍କୁ ମନା କରିଦେଉଛନ୍ତି । ଏହା ପରେ ଏଇଟା ତାଙ୍କ ରୁମ ସେ ତାଙ୍କ ରୁମ ଭିତରକୁ କାହିଁକି ଆସିପରିବେନି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏପରିକି ବର୍ଷା ମଧ୍ୟ ଅନୁଭବଙ୍କ ନାଁରେ ପରକୀୟା ପ୍ରିତି ଅଭିଯୋଗ ଆଣିଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଚେଦ ମାମଲା ଏବେ କାଠଗଡାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଆହୁରି ବଢିବାରେ ଲାଗିଛି । ଗତ ଦୁଇ ଦିନ ତଳେ ବର୍ଷା ପ୍ରୟଦର୍ଶୀନି ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ପାରିବାରିକ କଳହକୁ ନେଇ ସେ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ । ତା ପୂର୍ବରୁ ନିଜ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଥିଲେ । ଯେଉଁଥିରେ ସେ କହିଥିଲେ, ଅେଉ ଚୁପ ରହିବେନି । ବହୁତ ହୋଇଗଲା । ସମସ୍ତ ପ୍ରକାର ଲଢେଇ ପାଇଁ ସେ ପ୍ରସ୍ତୁତ ଥିବ କହିଥିଲେ । ତାଙ୍କ ପରିବାରକୁ ଏହା ମଧ୍ୟକୁ ନଆଣିବାକୁ ସେ ହାତଯୋଡି ଅନୁରୋଧ କରିଥିଲେ ।
ସେହପିରି ଅନୁଭବଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଲା ମଧ୍ୟ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବର୍ଷାଙ୍କୁ ଟାର୍ଗେଟ କରିଥିଲେ । ବର୍ଷାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ଆପତିଜନକ ମନ୍ତବ୍ୟ ଦେଉଥିବା ସେ ଅଭିଯୋଗ ଆଣିଥିଲେ । ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ମଧ୍ୟ କହିଥିଲେ । ବର୍ଷା ଓ ଅନୁଭବଙ୍କ ଭିତରକୁ ତାଙ୍କୁ ଅଯଥାରେ ଟଣାଯାଉଛି । ଅନୁଭବଙ୍କ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହିଥିଲେ ଜାଗ୍ରତୀ ।