ଫେବ୍ରୁଆରୀରୁ ହାଉସଫୁଲ୍ ସିନେମା ହଲ

ଏଣିକି ହାଉସଫୁଲ ହେବ ସିନେମା ହଲ । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ହଲ । କେନ୍ଦ ସରକାର ଏେଇ ବଡ଼ ଘୋଷଣା କରିଛନ୍ତି । ଫେବ୍ରୁଆରୀ ପହିଲାରୁ ସାରା ଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରତ୍ୟେକ ସିନେମା ହଲ୍ ଖୋଲିପାରିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ।

ମହାମାରୀ କରୋନା ପାଇଁ ପାଖାପାଖି ୧୦ ମାସ ପରେ ସିନେମା ହଲ ଖୋଲିଥିଲା । ତେବେ କରୋନା ସଂକ୍ରମଣ ଭୟ ଆଶଙ୍କାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଚାଲିବାକୁ ଅନୁମତି ଦିଆଯାଇଥିଲା । ଯେଉଁଥିରେ ଗୋଟିଏ ସିଟକୁ ଛାଡି ଦର୍ଶକମାନେ ସିନେମା ଦେଖୁଥିଲେ। ଏହା ଫଳରେ ହଲ୍ ମାଲିକାମାନେ ଅନେକ କ୍ଷତି ସହୁଥିଲେ । ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ଦର୍ଶକଙ୍କ ମନରେ ଉତ୍ସାହ ଫେରାଇ ଆଣିଛି ।

ସିନେମା ହଲ୍‌କୁ ଯିବା ନିମନ୍ତେ ଦର୍ଶକମାନଙ୍କ ଲାଗି ମାସ୍କ୍‌ ପିନ୍ଧିବା ଏବଂ ଶରୀରର ଉତ୍ତାପ ମାପିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା, ସିନେମା ହଲ୍‌ ସବୁ ଦର୍ଶକମାନଙ୍କ ନିମନ୍ତେ ପୃଥକ୍‌ ପୃଥକ୍‌ ସିଟ୍‌ ବ୍ୟବସ୍ଥା କରିବା, ବିଭିନ୍ନ ପର୍ୟ୍ୟାୟ କରି ଟିକେଟ୍‌ ବୁକିଙ୍ଗ୍‌ ସମୟ ନିର୍ଦ୍ଧାରଣ କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ବ୍ୟବସ୍ଥା କରିବା ଲାଗି ମଧ୍ୟ ଏହି ‘ଏସ୍‌ଓପି’ରେ କୁହାଯାଇଛି। ଡିଜିଟାଲ୍‌ ପେମେଣ୍ଟ୍‌କୁ ମଧ୍ୟ ଉତ୍ସାହିତ କରିବାକୁ ନିର୍ଦେଶ ଦିଆଯାଇଛି।

Comments (0)
Add Comment