ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । କୌଣସି ନିଷ୍କର୍ସ ବାହାରିପାରିଲା ନାହିଁ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ସପ୍ତମ ଥର ପାଇଁ ହୋଇଥିବା ଆଲୋଚନା ଫେଲ ମାରିଛି । ଜାନୁୟାରୀ ୮ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଆଜିବି ସରକାର ଓ କୃଷକଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଜିର ବୈଠକରେ ଦୁଇ ପ୍ରମୁଖ ଦାବି ଉପସ୍ଥାପନା କରିଥିଲା ଚାଷୀ ସଂଗଠନ । ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଚାଷୀ ସଂଗଠନ । କିନ୍ତୁ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି । ପୂର୍ବରୁ ଚାଷୀ ଉଠାଇଥିବା କିଛି ଦାବିକୁ ସରକାର ଗ୍ରହଣ କରିନେଇଥିଲେ । ବିଜୁଳି ବିଲ ଏବଂ ଷ୍ଟାବଲ ଜଳାଇବା ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି । ଏହାର କୌଣସି ନିଷ୍କର୍ସ ବାହାରିପାରିନାହିଁ ।
ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା କାଳରେ ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନୂତନ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ପରିବର୍ତ୍ତେ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇ ଏହାକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ଚାଷୀ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆଲୋଚନା ସକାରତ୍ମକ ରହିଛି । ଆସନ୍ତା ୮ ତାରିଖରେ ବୈଠକ ଫଳପ୍ରଦ ହେବାନେଇ ଆଶା ରହିଛି । ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି । କିନ୍ତୁ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି ସପକ୍ଷରେ ସରକାର ନାହାଁନ୍ତି । ଏହା ଦେଶର ଚାଷୀଙ୍କ ହିତ ପାଇଁ ସରକାର ପ୍ରଣୟନ କରିଛନ୍ତି, ଆଇନକୁ ବରଖାସ୍ତ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ।
ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ଜାନୁଆରି ୮ ତାରିଖରେ ଉଭୟ ପକ୍ଷ ଆଉ ଏକ ବୈଠକରେ ଏକତ୍ରିତ ହୋଇ ଆଲୋଚନା କରିବେ ବୋଲି ରାଜି ହୋଇଛନ୍ତି।