ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର । ବଢିଲା କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି । ମହଙ୍ଗା ଭତ୍ତା ୧୭%ରୁ ବଢି ୨୮% ପ୍ରତିଶତ ହେଲା ଜୁଲାଇ ୧ରୁ ଲାଗୁ ହେବ ବର୍ଦ୍ଧିତ ମହଙ୍ଗା ଭତ୍ତା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ କର୍ମଚାରୀଙ୍କ ତିନି କିସ୍ତି ମହଙ୍ଗା ଭତ୍ତା ମିଳିନଥିଲା । କରୋନା ସଂକଟ ପାଇଁ ସରକାର ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇଥିଲେ । ଏବେ ମହଙ୍ଗା ଭତ୍ତା ବଢ଼ିବା ପରେ ସେପ୍ଟେମ୍ବରରେ ଅଧିକ ଦରମା ମିଳିପାରେ ।

Comments (0)
Add Comment