ସତର୍କ କରାଇଲେ କେନ୍ଦ୍ର ସରକାର

କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌ରେ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ଓମିକ୍ରନ୍‌ର ଆତଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କୁ କ୍ରମାଗତ ଭାବରେ ଚେତାବନୀ ଦିଆଯାଉଛି । କରୋନା ତୃତୀୟ ଲହରୀ ଆଶଙ୍କା କରି କେନ୍ଦ୍ର ସରକାର ଲେଖିଥିବା ଏକ ଚିଠିରେ ୧୦ ଟି ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି । ପରିସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ତଥା ସତର୍କତା ଅବଲମ୍ବନ କରିବାକୁ ଚିଠିରେ କୁହାଯାଇଛି ।
ଗତ ଦୁଇ ସପ୍ତାହ ମଧ୍ୟରେ ଏହି ୧୦ ଟି ରାଜ୍ୟର ୨୭ ଟି ଜିଲ୍ଲାରେ କରୋନା ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ସେମାନଙ୍କ ଉପରେ କଡା ନଜର ରଖିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି ।କେନ୍ଦ୍ର ଦ୍ୱାରା ପ୍ରକାଶିତ ତାଲିକା ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ପଜିଟିଭ୍ ରେଟ୍ ୧୦ ପ୍ରତିଶତରୁ ଅଧିକ ଥିବା ଜିଲ୍ଲା ଗୁଡ଼ିକୁ ପ୍ରଥମ ଭାଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ତିନୋଟି ରାଜ୍ୟର ଆଠଟି ଜିଲ୍ଲା ସାମିଲ ରହିଛି । ଏହି ରାଜ୍ୟଗୁଡିକର ନାମ ହେଉଛି ମିଜୋରାମ, କେରଳ ଏବଂ ସିକ୍କିମ୍ । ଏଥି ସହିତ କେରଳ,, ମିଜୋରାମ, ଅରୁଣାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ପଶ୍ଚିମବଙ୍ଗ ଏବଂ ନାଗାଲାଣ୍ଡର ଅନ୍ୟ ଜିଲ୍ଲା ମଧ୍ୟ ସାମିଲ ରହିଛି, ଯେଉଁଠାରେ ପଜିଟିଭ୍ ରେଟ୍ ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି।

Comments (0)
Add Comment