୯ କୋଟି ଚାଷୀ, ୧୮ ହଜାର କୋଟି । ଚାଷୀ ଆକାଉଂଟକୁ ଗଲା ପିଏମ କିଷାନ ଟଙ୍କା

ତିନୋଟି ଚାଷୀ ଆଇନକୁ ବିରୋଧ କରି ଚାଷୀ ରାଜରାସ୍ତାରେ । କେନ୍ଦ୍ର ସରକାରଙ୍କ ସହ ଏକାଧିକବାର ଆଲୋଚନା ବିଫଳ ହେଲାଣି । ସମସ୍ତ ପ୍ରତିଶ୍ରୁତି ଏବଂ ସନ୍ଦେହ ଦୂର କରିବାକୁ ଉଦ୍ୟମ ସତ୍ତେ୍ୱ କୈାଣସି ସୁଫଳ ମୁଳୁନାହିଁ । ବିରୋଧୀ ଚାଷୀଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି ବୋଲି କହିଲେ ମଧ୍ୟ ପ୍ରଭାବ ଶୁନ । ଆଗକୁ ବଢିବାକୁ ହେଲେ ପୁରୁଣା ଆଇନରେ ସଂଶୋଧନ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିସାରିଥିଲେ, ହେଲେ ଚାଷୀ କିନ୍ତୁ ଏହାକୁ ଗ୍ରହଣ କରିବାକୁ ନାରାଜ । ଆଉ ଆଜି ଶେଷରେ ସବୁଠାରୁ ବଡ କାର୍ଡ ଖେଳିଛନ୍ତି କେନ୍ଦ୍ର ସରକାର । ଚାଷୀ ମାନଙ୍କ ବିଶ୍ୱାସ ଜିଣିବାକୁ ହୋଇଛି ବଡ ଉଦ୍ୟମ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ୧୮ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ଟ୍ରାନସଫର ହୋଇଛି । ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ଚାଷୀଙ୍କ ଆକଉଂଟକୁ କେନ୍ଦ୍ର ସରକାର ଟଙ୍କା ପଠାଇଥାନ୍ତି । ଆଉ ଯେତେବେଳେ ଚାଷୀ ତିନୋଟି ନୂଆ ଆଇନକୁ ବିରୋଧ କରି ରାସ୍ତାରେ ବସିଛନ୍ତି ସେତେବେଳେ ଯୋଜନା ବାବଦ ଅର୍ଥ ପଠାଇ କେନ୍ଦ୍ର ସରକାର ଦର୍ଶାଇବାକୁ ଚେଷ୍ଟା କରିଛନ୍ତି, ସେମାନେ ଚାଷୀଙ୍କ ସହ ଅଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ପୁଣି ଦୋହରାଇଛନ୍ତି, ଏମପି ପ୍ରସଙ୍ଗରେ ବିରୋଧି ଚାଷୀଙ୍କୁ ଭ୍ରମିତ କରାଉଛନ୍ତି । ସର୍ବନିମ୍ନ ସହାୟକ ମୁଲ୍ୟ ରହିବ, ଏହାକୁ କେହି ବନ୍ଦ କରିପାରିବେ ନାହିଁ ।

ଏହାରି ଭିତରେ ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ କୋଟିରୁ ଅଧିକ ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହସ୍ତାନ୍ତର ହୋଇଛି । ଏହାରି ଭିତରେ ଚାଷୀ ସଂଗଠନ ଏବଂ ସରକାର ଭିତରେ କୈାଣସି ନିଷ୍କର୍ଷ ବାହାରି ଆନ୍ଦୋଳନ ବନ୍ଦ ହେଉଛି ନା ଜାରି ରହୁଛି, ତାଉପରେ ସାରା ଦେଶର ନଜର ରହିଛି । କାରଣ ଚାଷୀ ଆନ୍ଦୋଳନ ଯେତେ ଆଗକୁ ବଢିବ, କେନ୍ଦ୍ର ସରକାରଙ୍କ ଉପରେ ସେତେ ଅଧିକ ଚାପ ସୃଷ୍ଟି ହେବ ।

Comments (0)
Add Comment