ପିପିଲି ପାଇଁ ପ୍ରସ୍ତୁତି

ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଯେକୌଣସି ସମୟରେ ତାରିଖ ଘୋଷଣା ହେବାକୁ ଥିବାବେଳେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଉପ-ନିର୍ବାଚନ ପାଇଁ ଅବଶ୍ୟକ ଇଭିଏମ ଓ ଭିଭିପ୍ୟାଟ ଆସିସାରିଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ପ୍ରସ୍ତୁତି ସରିଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଛୁ ବୋଲି କହିଛନ୍ତି ସିଇଓ ।

ପୁଲିଂ ପାର୍ଟିର ଟ୍ରେନିଂ ଶେଷ ହୋଇଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭୋଟ୍ ଗ୍ରହଣ କରାଯିବ । ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ୍ ଦେବେ । ନିର୍ବାଚନ କମିଶନର ତାରିଖ ଘୋଷଣା କଲେ, ଆମେ ନିର୍ବାଚନ କରିବାକୁ ପ୍ରସ୍ତୁତ ଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏସ୍‌.କେ. ଲୋହାନୀ ସୂଚନା ଦେଇଛନ୍ତି ।।

ସେପଟେ, ପିପିଲି ନିର୍ବାଚନ ପୂର୍ବରୁ ସଫଳତାକୁ ନେଇ ଆକଳନ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ସରପଂଚ ଉପ ନିର୍ବାଚନର କୌଣସି ପ୍ରଭାବ ପଡିବ ନାହିଁ । ପିପିଲିରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିବ । ଉପ-ନିର୍ବାଚନରେ ଆମେ ୪୦ରୁ ୫୦ ହଜାର ଭୋଟରେ ଜିତିବୁ । ବିଜେପି ସବୁବେଳେ କୁହେ ଜିତିବୁ, ମାତ୍ର କେଉଁଥର ଜିତି ପାରନ୍ତିନି ।

ଶାସକ ବିଜେଡି ଏବେ ନିଜର ଦୁର୍ଗକୁ ସୁରକ୍ଷିତ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ୟ୍ୟନ୍ତ ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି।

Comments (0)
Add Comment