ପିପିଲି ଉପନିର୍ବାଚନ ଲାଗି ବାଜିସାରିଛି ବିଗୁଲ୍ । ଘୋଷଣା ହୋଇସାରିଛି ତାରିଖ । ରାଜନୈତିକ ଦଳ ମଧ୍ୟ କସରତ ଆରମ୍ଭ କରିଦେଇଛନ୍ତି । ତେବେ କୋଭିଡ କଟକଣା ମଧ୍ୟରେ କିପରି ହେବ ପିପିଲି ଉପନିର୍ବାଚନ ସେ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ଜ୍ଝ ଉପନିର୍ବାଚନକୁ ଦୃଷ୍ଟରେ ରଖି ଗାଇଡ୍ଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ ।
ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ପ୍ରଚାର ବେଳେ ବେଶି ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ । ପୂର୍ବ ଉପନିର୍ବାଚନ ଭଳି ସାମାଜିକ ଦୂରତା, କରୋନା ନିୟମ ପାଳନ ହେବ ବୋଲି କହିଛନ୍ତି ସିଇଓ । ତେବେ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ୭୫ଟି ବୁଥ୍ କରାଯାଇଛି । କୋଭିଡ ଗାଇଡଲାଇନ ମାନି ଭୋଟ ଗ୍ରହଣ କରାଯିବ ଜ୍ଝ ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଛି ଜ୍ଝ ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ।
ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ ଜ୍ଝ ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ ଜ୍ଝ ତେବେ ଦିବ୍ୟାଙ୍ଗ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇଲେ ହିଁ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ଏପ୍ରିଲ ୧୭ରେ ପିପିଲି ବିଧାନସଭା ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ମେ ୨ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଥିଲା । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ । ମହାରଥୀଙ୍କ ମୃତ୍ୟୁ ପରେ ଏବ ଉପନିର୍ବାଚନ ହେବାକୁ ଯାଉଛି ।