ରାଜ୍ୟରେ କାଲି ସରୁଛି ଆଶିଂକ ଲକଡାଉନର ଅବଧି । ଆଜି ଆସିବ ସରକାରଙ୍କ ନୁଆ ଗାଇଡଲାଇନ । ଲକଡାଉନ ଉଠିବ ନା ରହିବ? ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ଏନେଇ ଘୋଷଣା କରିବେ ।
ରାଜ୍ୟରେ ସଂକ୍ରମଣ ହାର ୩ ପ୍ରତିଶତ ତଳକୁ ଖସିଛି । କିଛି ଜିଲ୍ଲାରେ ସଂକ୍ରମଣ ଆଗ ଅପେକ୍ଷା କମିଛି । କାଟାଗୋରୀ-ବିରୁ ଆଉ କିଛି ଜିଲ୍ଲାକୁ କାଟାଗୋରୀ-ଏକୁ ଅଣାଯାଇପାରେ । ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱର ଏହି ୪ ଜିଲ୍ଲାରେ କଟକଣା ରହିପାରେ ବୋଲି ଅନୁମାନ କରାଯାଉଛି । ଆଉ ୨୬ଟି ଜିଲ୍ଲାରେ କଟକଣା ସଂପୂର୍ଣ୍ଣ କୋହଳ କରାଯିବାର ଆଶଙ୍କା ରହିଛି । ସବୁଠୁ ଚିନ୍ତାଜନକ ସ୍ଥିତିରେ ରହିଛି ଖୋର୍ଦ୍ଧା ଓ କଟକ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍ କେସ୍ ଏବେ ବି ୪ ହଜାର ଉପରେ ରହିଥିବାବେଳେ କଟକରେ ରହିଛି ୩ ହଜାର ଉପରେ । ତେଣୁ ବର୍ତମାନ ରାଜ୍ୟର କୋଭିଡ ସ୍ଥିତି ଦେଖି ନୂଆ ଗାଇଡଲାଇନ ଆସିପାରେ ।