ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ପାହାଡରେ ଧକ୍କା ଖାଇ ଖସିପଡିଲା ବୋଇଙ୍ଗ ୭୩୭ । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ ।
ଏହି ବିମାନ ଆଜି ଜୁନମିଙ୍ଗରୁ ଗୁଆଙ୍ଗଝୋକୁ ଉଡାଣ ଭରିଥିଲା । ହେଲେ ଯିବା ବାଟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖଯିବା କାରଣରୁ ବିିମାନଟି ନିୟନ୍ତ୍ରଣ ହରାଇ ଏକ ସୁଉଚ୍ଚ ପାହାଡରେ ପିଟିହୋଇଯାଇଥିଲା । ଚାହୁଁ ଚାହୁଁ ବିମାନରେ ନିଆଁ ଲାଗିଯାଇଥିଲା । ସେଠାରେ ଉଦ୍ଧାର କାର୍ୟ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ । ବିମାନଟି ଗୁଆଙ୍ଗସିର ବାହାର ଇଲାକାରେ ଖସିପଡିଛି । ଏଯାଏଁ ବିମାନ ଦୁର୍ଘଟଣାର ସିଠିକ୍ କାରଣ ଜଣାପଡିନାହିଁ । କାରଣ ଜାଣିବାକୁ ବ୍ଲାକ୍ ବକ୍ସକୁ ଯାଞ୍ଚ କରିବାକୁ କହିଛନ୍ତି ବେସାମରିକ ଉଡାଣ ମୁଖ୍ୟ ।ଅଧିକାରୀଙ୍କ କହିବା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ୬ ବର୍ଷ ପୁରୁଣା । ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଦ୍ୱିପହର ୧ ଟା ୧୧ ମିନିଟରେ ଘଟିଛି ।