ଅନ୍ଧାରରେ ବୁଡ଼ିପାରେ ବ୍ରହ୍ମପୁର!

ଆସନ୍ତା ୧୭ରୁ ଅନ୍ଧାରରେ ବୁଡ଼ିପାରେ ରେଶମ ସହର ବ୍ରହ୍ମପୁର । ବିଦ୍ୟୁତ ବିଲ୍ ବାବଦରେ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ ୭କୋଟି ୬୫ ଲକ୍ଷ ଟଙ୍କା ବାକି ରଖିଥିବାରୁ ଏଭଳି ପଦକ୍ଷେପ ନେଇପାରେ ବିଦ୍ୟୁତ ବିଭାଗ । ବକେୟା ଅର୍ଥ ନେଇ ବିଦ୍ୟୁତ ବିଭାଗ ୧୫ ଦିନର ମହଲତ ଦେଇଥିଲା । ଗତ ୨ ତାରିଖରେ ଦେଇଥିବା ନୋଟିସ ଅନୁଯାୟୀ ଆସନ୍ତା ୧୭ରେ ଅବଦ୍ଧି ପୂରଣ ହେଉଛି । ନୋଟିସ ଅନୁସାରେ ସହର ଅନ୍ଧକାର ହେବା ସୁନିଶ୍ଚିତ ବୋଲି ଜଣାପଡ଼ିଛି ।

୨୦୨୧ ମାର୍ଚ୍ଚ ପୂର୍ବରୁ ନିଗମ ଉପରେ ପ୍ରାୟ ୧୬ କୋଟି ବିଦ୍ୟୁତ ବିଲ୍ ବକେୟା ରହିଥିଲା । ଏନେଇ ଭିନ୍ନ ଭିନ୍ନ ସମୟରେ ବିଏମସିକୁ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ବିଏମସି ଏଥିରେ ଅକ୍ଷମତା ପ୍ରକାଶ କରିବା ସହ ୱାନ ଟାଇମ୍ ସେଟେଲମେଂଟ କରିବାକୁ ଅନୁରୋଧ କରିଥିଲା । ଅନୁରୋଧକୁ ରକ୍ଷା କରି ଟିପିଏସଓଡିଏଲ ପ୍ରାୟ ୮ କୋଟି ୫୫ ଲକ୍ଷ ଛାଡ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ବଳକା ୭ କୋଟି ୬୫ ଲକ୍ଷକୁ ୧୭ ତାରିଖ ମଧ୍ୟରେ ପୈଠ କରିବା ପାଇଁ ମହଲତ ଦେଇଥିଲା ।

Comments (0)
Add Comment