ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କରୋନା ନେଇ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍‌ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସମ୍ପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଆସନ୍ତା ୧୯ ତାରିଖରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ ରହିବ ।

କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ମାଟ୍ରିକ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଲେ ରାଜ୍ୟ ସରକାର । ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ସେହିପରି ନବମ ଓ ଏକାଦଶ ଶ୍ରେଣୀର ସମସ୍ତ ପିଲା ବିନା ପରୀକ୍ଷାରେ ପାସ ହୋଇଛନ୍ତି । ସମସ୍ତେ ପରବର୍ତୀ ଶ୍ରେଣୀକୁ ଉନ୍ନୀତ ହୋଇଛନ୍ତି ।ଗତକାଲି ସିବିଏସଇ ଦଶମ ବୋଡ ପରୀକ୍ଷା ବାତିଲ କରାଯାଇଥିଲା । ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ୩ ମଇ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ ରାଜ୍ୟରେ ୬ ଲକ୍ଷ ୧୯ ହଜାର ଦଶମ ପରୀକ୍ଷା ଦେଇଥାନ୍ତେ । କିନ୍ତୁ କୋଭିଡ ସ୍ଥିତିକୁ ନଜର ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

Comments (0)
Add Comment