ନଭେମ୍ବରରୁ ୟୁଜି-ପିଜି ପାଠପଢା

ନଭେମ୍ବରରୁ ଆରମ୍ଭ ହେବ ୟୁଜି-ପିଜି ପାଠପଢା । ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ୟୁଜି କ୍ଲାସ । ସେହିପରି ୧୫ ତାରିଖରୁ ପିଜି କ୍ଲାସ ଆରମ୍ଭ ହେବ । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର । କ୍ଲାସରୁମ ପାଠ ପଢା ଆରମ୍ଭ କରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

କରୋନା କଟକଣା ସହ ପାଠ ପଢା ଆରମ୍ଭ କରିବାକୁ କୁହାଯାଇଛି । କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବାରମ୍ବାର ହାତ ଧୋଇବା ସହ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି । ନୂଆ ଆଡମିଶନ କରିଥିବା ଛାତ୍ରଛାତ୍ରୀ ମଧ୍ୟ କ୍ଲାସ କରିବା ପାଇଁ ଆସିପାରିବେ ।

Comments (0)
Add Comment