ବୁଧବାରଠୁ ରାଜ୍ୟର ସମସ୍ତ ୟୁଜି ଓ ପିଜି କ୍ଲାସ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗର ଏପରି ନିଷ୍ପତ୍ତି । ମେ’ ୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ୟୁଜି ଓ ପିଜି କ୍ଲାସ । ସେହିପରି ପରୀକ୍ଷା ଖାତା ମୂଲ୍ୟାୟନ ଓ ପ୍ରଶାସନିକ କାର୍ୟ୍ୟ ପୂର୍ବପରି ଜାରି ରହିବ ।
ସେହିପରି ଖରା ପାଇଁ ଆଜିଠୁ ୫ ଦିନ ଯାଏଁ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଛି । ସ୍କୁଲ ବନ୍ଦ ନେଇ ଗତକାଲି ଘୋଷଣା ହୋଇଥିଲା ।ଆଜି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ତେବେ ସ୍କୁଲ ଛୁଟି ରହିଥିଲେ ମଧ୍ୟ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି ।