ତେଲରୁ ୩ ଟଙ୍କା ଭାଟ୍ କମାଇଲା ରାଜ୍ୟ

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ତାରିଖ ମଧ୍ୟରାତ୍ରୀରୁ ନୂଆ ଦର ଲାଗୁ ହେବ ।
କେନ୍ଦ୍ର ସରକାର ଏକସାଇଜ ଡ୍ୟୁଟି କମାଇବା ପରେ ଓଡିଶାରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଛି । ଦୀପାବଳି ପୂର୍ବରୁ ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା, ଏକସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏଥିସହ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଭାଟ କମାଇବା ପାଇଁ ଅପିଲ କରିଛି ଅର୍ଥମନ୍ତ୍ରାଳୟ ।
ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟକ ଦିନ ବଢ଼ି ଚାଲିଥିଲା । ଭୁବନେଶ୍ୱରରେ ୧୧୧ ଟଙ୍କା ପାର କରିଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଅନ୍ୟାନ୍ୟ ସାମଗ୍ରୀ ବଢ଼ିବାରେ ଲାଗିଥିଲା । ଯାହାକି ସବୁ ବର୍ଗର ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ତେଲ ଦର କମିବା ପରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି ।

Comments (0)
Add Comment