ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ କ’ଣ କହିବେ ମୁଖ୍ୟମନ୍ତ୍ରୀ?

ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ହଜାରେ ଟପିଛି ଆକ୍ରାନ୍ତ ସଂଖ୍ୟା । ଲୋକଙ୍କୁ ମନକୁ ଫେରିଛି କରୋନା ଭୟ । ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମ ପାଳିବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । କାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ହୋଇଥିଲା ଆଲୋଚନା । କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଗତକାଲି ପ୍ରଧାନମନ୍ତ୍ରୀ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ୧୦ର ଦିନର ଆଗୁଆ ଟିକା ଦେବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସଫଳତାର ସହ ଟିକାକରଣ କରାଯାଇଛି । ପ୍ରତିଦିନ ଏବେ ଅଢେଇ ଲକ୍ଷରୁ ଅଧିକ ଟିକାକରଣ କରାଯାଉଛି । ଅନ୍ୟପଟରେ ପୂର୍ବବର୍ଷ ଜରୁରୀ କୋଭିଡ୍ ମୁକାବିଲା ପାଣ୍ଠିରୁ ଓଡିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡିଶାକୁ ମାତ୍ର ୧୪୦ କୋଟି ଟଙ୍କା ମିଳିଥିଲା । କରୋନା ପରିଚାଳନା ପାଇଁ ଅତିକମରେ ଆଉ ୩୦୦ କୋଟି ଟଙ୍କା ଦିଆଯାଉ ବୋଲି ନବୀନ ମୋଦିଙ୍କ ନିକଟରେ ଦାବି କହିଛନ୍ତି।

Comments (0)
Add Comment