ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିର୍ବାଚନ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ଥିବା ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ଟୁଇଟ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ ।
ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଏବେ ମମତା ବାନାର୍ଜୀ ଚିକିତ୍ସିତ ଅଛନ୍ତି । ବୁଧବାର ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିଲେ ମମତା । ତାଙ୍କ ଉପରକୁ ଆକ୍ରମଣ କରାଯାଇଥିବା ମମତା ଅଭିଯୋଗ କରିଛନ୍ତି । ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି କହିଛନ୍ତି ମମତା । ସେପଟେ ବିଜେପି ପାଲଟା ଅଭିଯୋଗ କରିି କହିଛି, ଆଘାତ ଲାଗିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ । ଘଟଣାର ସିବିଆଇ ଯାଂଚ କରିବାକୁ ବିଜେପି ଦାବି କରିଛି । ଅନ୍ୟପଟେ ପୂରା ମାମଲାରେ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ । ମମତା ନନ୍ଦିଗ୍ରାମର ରିୟାପାରା ଅଞ୍ଚଳରେ ଥିବା ଏକ ମନ୍ଦିର ବାହାରେ ଛିଡ଼ା ହୋଇଥିଲେ। ସେତେବେଳେ ତାଙ୍କ ସହ ଏହି ଘଟଣା ଘଟିଛି।
‘ଆଇପିଜିଏମ୍ଆର୍ ଆଣ୍ଡ୍ ଏସ୍ଏସ୍କେଏମ୍’ର ଡାକ୍ତର ଏମ୍. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆଗାମୀ ୪୮ ଘଣ୍ଟା ପର୍ୟ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ୟ୍ୟବେକ୍ଷଣରେ ରଖାଯିବ।
ଆକ୍ରମଣ ଅଭିଯୋଗ ଆସିବା ପରେ ପ୍ରଶ୍ନ ଉପୁଜିଛି । କାରଣ ମୁଖ୍ରମନ୍ତ୍ରୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଉଥିବା ବେଳେ ଆକ୍ରମଣ ସମୟରେ ସୁରକ୍ଷା କର୍ମୀୀ କଶ କରୁଥିଲେ ବୋଲି ପ୍ରଶ୍ନ ଉଠିଛି ।