କାହିଁକି ଆତ୍ମହତ୍ୟା କଲେ ଛାତ୍ରୀ?

କଲେଜ କ୍ୟାମ୍ପସରୁ ମିଳିଲା ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା । ଏକ ଘରୋଇ କଲେଜରେ ଏମବିଏ ପଢୁଥିବା ଛାତ୍ରୀ ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି । ଏ ନେଇ ସଂପୃକ୍ତ କଲେଜ ପକ୍ଷରୁ ଇନଫୋସିଟି ଥାନାରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ଇନଫୋସିଟି ପୁଲିସ । ଯୁବତୀଙ୍କ ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ତେବେ କେଉଁ କାରଣରୁ ସଂପୃକ୍ତ ଛାତ୍ରୀ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

Comments (0)
Add Comment