ମହଙ୍ଗା ହେଲା ଗ୍ୟାସ ଦର

ମାସ ଆରମ୍ଭରୁ ମହଙ୍ଗା ମାଡ଼ । ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟ୍କା । ପ୍ରେଟୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଉଥିବା ବେଳେ ଆଜି ବଢିଛି ଗ୍ୟାସ୍ ଦର । ଅଣସବସିଡି ଗ୍ୟାସ୍ ଦର ବୃଦ୍ଧି ପାଇଛି । ୧୯ କେଜି ସିଲିଣ୍ଡର ଦର ୨୬୬ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେଲା ।
ଦିଲ୍ଲୀରେ ଅଣ-ସବସିଡି ସିଲିଣ୍ଡର ଦାମ ୨ ହଜାର ଟଙ୍କା ଟପିଛି । ପୂର୍ବରୁ ଦର ଥିଲା ୧୭୩୪ ଟଙ୍କା । ଭୁବନେଶ୍ୱରରେ ଅଣସବସିଡି ଗ୍ୟାସ୍ ୨୬୮ ଟଙ୍କା ବଢିଛି । ୧୯ କିଲୋ ସିଲିଣ୍ଡର ପୂର୍ବରୁ ୧୮୩୨ ଟଙ୍କା ଥିବା ବେଳେ ଏବେ ୨୧୦୦ ଟଙ୍କାରେ କିଣିବାକୁ ପଡ଼ିବ । ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇନି । ଗ୍ୟାସ୍ ଦର ପୁଣି ବଢିଥିବାରୁ ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ସେହିପରି, ମୁମ୍ବାଇରେ ୧୯ କିଲୋ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧,୯୫୦ ଟଙ୍କା, କୋଲ୍‌କାତାରେ ୨,୦୭୩.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୧୩୩ ଟଙ୍କା ରହିଛି । ଆଶ୍ୱସ୍ତିର କଥା ଯେ, ପେଟ୍ରୋଲିୟମ୍‌ କମ୍ପାନିମାନେ ଘରେ ରୋଷେଇ ପାଇଁ ବ୍ୟବହୃତ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି । ପୂର୍ବରୁ ଅକ୍ଟୋବର ୬ ତାରିଖରେ ପେଟ୍ରୋଲିୟମ୍‌ କମ୍ପାନି ସବୁ ଉପରୋକ୍ତ ସିଲିଣ୍ଡର୍‌ ଦର ୧୫ ଟଙ୍କା ବୃଦ୍ଧି କରିଥିଲେ

Comments (0)
Add Comment