ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା କରାଯାଇଛି । ସେ ଆତ୍ମହତ୍ୟା କରିନାହାନ୍ତି ବୋଲି ପୋଲିସକୁ ପ୍ରମାଣ ମିଳିସାରିଛି । ଏପରିକି ମନୀଷଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
୯ ତାରିଖ ରାତିରେ ମନୀଷଙ୍କୁ ହତ୍ୟା କରିବା ପରେ ପାତ୍ରପଡା ପୋଖରୀରେ ଫିଙ୍ଗି ଦିଆଯାଇଥିଲା ବୋଲି ପୋଲିସ ଏକପ୍ରକାର ନିର୍ୟାସରେ ପହଂଚି ସାରିଛି । ପ୍ଲେସ ଅଫ ଅକରାନ୍ସ ଅର୍ଥାତ ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜ ହିଁ ବଡ ପ୍ରମାଣ ଭାବରେ ସାମ୍ନାକୁ ଆସିଛି । ମନୀଷଙ୍କ ସାଙ୍ଗମାନଙ୍କୁ ଜେରା କରିବା ପରେ ପୋଲିସ ମାମଲାର ଅନ୍ତ ଘଟାଇବାର ନିକଟତର ହୋଇପରାଥିଲା । ତେବେ ଏନେଇ ପୋଲିସ ଖୁବଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇପାରେ ବୋଲି ଜଣାପଡିଛି ।
ଗତ ଶନିବାର ମନୀଷ, ମୃତ୍ୟୁଞ୍ଜୟ ଏବଂ ଦିନେଶ ସାଉଥ୍ ସିଟି ହୋଟେଲ୍କୁ ଯାଇଥିଲେ। ତେବେ ସେଠି ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥି ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ । ଏହାପରେ କିଛି ଲୋକ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ ।ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକ । ଆଉ ସେହ ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି ।