ନିର୍ବାଚନ ଡ୍ୟୁଟିରେ ଜୀବନ ଗଲେ ମିଳିବ ୩୦ ଲକ୍ଷ

ନିର୍ବାଚନ ଡ୍ୟୁଟିରେ ଯାଉଥିବା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ମୋଟ ୫ଟି ପର୍ୟ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ । ଯେଉଁଥିପାଇଁ ହଜାର ହଜାର ସରକାରୀ କର୍ମଚାରୀ ନିୟୋଜିତ ହେବେ । ତେବେ ଏହି ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶି ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ, ବୋମା ବିସ୍ଫୋରଣ, ସଂଘବଦ୍ଧ ଆକ୍ରମଣରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ମୃତ୍ୟୁବରଣ କଲେ ଏହି ଅନୁକମ୍ପା ରାଶି ଦିଆଯିବ । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କା, ହିଂସାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଦିବ୍ୟାଙ୍ଗ ହୋଇଗଲେ ୧୫ ଲକ୍ଷ, ଯେପରିକି ଆଖି ନଷ୍ଟ ହୋଇଗଲେ ୧୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ଅନ୍ୟ କାରଣରୁ ଯେପରିକି କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢେ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ ।
ନିର୍ବାଚନ ଡ୍ୟୁଟି ସମୟରେ ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅନୁକମ୍ପା ରାଶି ମିଳିବ । ଏହାବାଦ୍ ନିର୍ବାଚନ ଡ୍ୟୁଟି କରୁଥିବା କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ସେହିଭଳି କରୋନାରେ ଆକ୍ରାନ୍ତ ହେଲେ ମାଗଣାରେ ସମସ୍ତ ଚିକିତ୍ସା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । କରୋନା କାଳରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment