୪ କୋଚଙ୍କୁ ବାଧ୍ୟତାମୂଳକ ଅବସର

୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।ଅପାରଗତା ଓ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ୪ଜଣ ହେଲେ ଭଲି ବଲ୍ କୋଚ୍ ପ୍ରଭାକର ତ୍ରୀପାଠୀ, ବକ୍ସିଙ୍ଗ କୋଚ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡ ବଲ୍ କୋଚ୍ ମନୋଜ ପ୍ରସାଦ ଦାସ ଓ ଭଲି ବଲ କୋଚ୍ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ । କ୍ରୀଡ଼ା କ୍ଷେତ୍ରରେ ଶୃଙ୍କଳା ପାଇଁ ଏହି ୪ଜଣ କୋଚ୍ କୌଣସି ଆଖି ଦୃଶିଆ ପଦର୍ଶନ କରିନଥିବା ନେଇ ସମୀକ୍ଷା ବୈଠକରେ ନିଷ୍ପତି ହୋଇଛି ।

Comments (0)
Add Comment