କମ୍ପ୍ୟୁଟର ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ । ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କମ୍ପ୍ୟୁଟର ଶିକ୍ଷକ ଧାରଣାରେ ବସିଥିବା ବେଳେ ଜଣେ ଶିକ୍ଷକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । ପୁଲିସ ଓ କମ୍ପ୍ୟୁଟର ଶିକ୍ଷକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଓସେପା କାର୍ୟ୍ୟାଳୟ ସମ୍ମୁଖରେ କମ୍ପ୍ୟୁଟର ଶିକ୍ଷକ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ । ଫଳରେ ଓସେପା କାର୍ୟ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ଦୁଇ ବର୍ଷ ହେବ ବିନା କାରଣରେ ସରକାର ଛଟେଇ କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ।ପୁନଃ ନିଯୁକ୍ତି ଦାବି କରିଛନ୍ତି କମ୍ପ୍ୟୁଟର ଶିକ୍ଷକ ।