ସମ୍ମାନଜନକ ପିପିଲି ଉପନିର୍ବାଚନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ଏହାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ବୈଠକ ପରେ ବୈଠକ ବସୁଛି କିନ୍ତୁ ବଡ଼ ନେତାଙ୍କ ଭିତରେ ଟିକେଟ ଦେବାକୁ ନେଇ ମତାନ୍ତର ଓ ମନାନ୍ତର ବଢ଼ିବାରେ ଲାଗିଛି । ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ପିପିଲି ଆସନ ପାଇଁ କଂଗ୍ରେସର ପାଞ୍ଚଜଣ ଆଶାୟୀ ଅଛନ୍ତି । ଏମାନଙ୍କୁ ଡାକି ରାଜ୍ୟ ନେତୃତ୍ୱ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଦେଲେଣି । କିନ୍ତୁ ଇତିହାସର ପୁନରାବୃତ୍ତି ହେବା ପରି ଲାଗୁଛି । କାରଣ ଦଳ ତାର ସବୁଠାରୁ ଅଭିଜ୍ଞ କର୍ମୀ ଓ ନେତା ଆଡଭୋକେଟ ମାନସ ଆଚାର୍ଯ୍ୟଙ୍କ ପାଇଁ ଆଖି ବୁଜିଦେଇଛି ।
୧୯୮୭ ମସିହାରେ ପିପିଲି କଲେଜରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ମାନସ ଏହା ଭିତରେ ନିଜ କ୍ୟାରିଅରର ୩୪ ବର୍ଷ କଂଗ୍ରେସ ପାଇଁ ଦେଇସାରିଲେଣି । ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ଏକାନ୍ତ ସହଯୋଗୀ ଥିବା ମାନସଙ୍କୁ କିନ୍ତୁ ଦଳ ଏପର୍ଯ୍ୟନ୍ତ ଅଣଦେଖା କରି ଆସୁଛି । ନିର୍ବାଚନ କଥା ଆସିଲେ ପିପିଲି ପାଇଁ ଦଳୀୟ ଫୋରମରେ ମାନସଙ୍କ ନାଁ ନବେ ମସିହାରୁ ଆସୁଥିଲେ ମଧ୍ୟ ଦଳୀୟ ନେତୃତ୍ୱ ଏ କଥାକୁ ଏଡେଇ ଦେଇଛନ୍ତି । ମାନସ ମଧ୍ୟ ଦଳର ସ୍ୱାର୍ଥ ପାଇଁ ସବୁ ବେଳେ ଚୁପ ରହିବାକୁ ଶ୍ରେୟସ୍କର ମଣିଛନ୍ତି । ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ପିପିଲି ଆସନ ପାଇଁ କଂଗ୍ରେସର ପାଞ୍ଚଜଣ ଆଶାୟୀ ଅଛନ୍ତି । ଏମାନଙ୍କୁ ଡାକି ରାଜ୍ୟ ନେତୃତ୍ୱ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଦେଲେଣି । କିନ୍ତୁ ଇତିହାସର ପୁନରାବୃତ୍ତି ହେବା ପରି ଲାଗୁଛି । କାରଣ ଦଳ ତାର ସବୁଠାରୁ ଅଭିଜ୍ଞ କର୍ମୀ ଓ ନେତା ଆଡଭୋକେଟ ମାନସ ଆଚାର୍ଯ୍ୟଙ୍କ ପାଇଁ ଆଖି ବୁଜିଦେଇଛି ।
୧୯୮୭ମସିହାରେ ପିପିଲି କଲେଜରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ମାନସ ଏହା ଭିତରେ ନିଜ କ୍ୟାରିଅରର ୩୪ ବର୍ଷ କଂଗ୍ରେସ ପାଇଁ ଦେଇସାରିଲେଣି । ଏହି ତିନି ଦଶନ୍ଧିରୁ ଅଧିକ ସମୟ ଭିତରେ ମାନସ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ସହ ପିସିସିର ସାଧାରଣ ସମ୍ପାଦକ ଠାରୁ ଆରମ୍ଭ କରି ଉପ ସଭାପତି ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି ନିରବଛିନ୍ନ ଭାବରେ ଦଳର ସେବା କରି ଆସୁଛନ୍ତି । ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ଏକାନ୍ତ ସହଯୋଗୀ ଥିବା ମାନସଙ୍କୁ କିନ୍ତୁ ଦଳ ଏପର୍ଯ୍ୟନ୍ତ ଅଣଦେଖା କରି ଆସୁଛି । ନିର୍ବାଚନ କଥା ଆସିଲେ ପିପିଲି ପାଇଁ ଦଳୀୟ ଫୋରମରେ ମାନସଙ୍କ ନାଁ ନବେ ମସିହାରୁ ଆସୁଥିଲେ ମଧ୍ୟ ଦଳୀୟ ନେତୃତ୍ୱ ଏ କଥାକୁ ଏଡେଇ ଦେଇଛନ୍ତି । ମାନସ ମଧ୍ୟ ଦଳର ସ୍ୱାର୍ଥ ପାଇଁ ସବୁ ବେଳେ ଚୁପ ରହିବାକୁ ଶ୍ରେୟସ୍କର ମଣିଛନ୍ତି ।
ବାହୁବଳୀ ନେତା କେଦାର ସାମନ୍ତରାୟ ଗତ ସାଧାରଣ ନିର୍ବାଚନରେ ଟିକେଟ ଫେରେଇଦେବା, ପିପିଲି କଂଗ୍ରେସରେ ସବୁକିଛି ଠିକ ଚାଲିନଥିବା ଦର୍ଶାଇଥିଲା । ଏପରିକି ସେ ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସହ ହାତ ମିଳିଥିବା ମଧ୍ୟ ଚର୍ଚ୍ଚା ହୁଏ । ଆଉ ସେତିକିବେଳେ କଂଗ୍ରେସ ନିଜର ସଚ୍ଚୋଟ କର୍ମୀ ମାନସଙ୍କୁ ଛାଡି ଜଣେ ନବଗତଙ୍କ ଉପରେ ଭରଷା କରିଥିଲା । ଯାହାର ଫଳ ମଧ୍ୟ ଦଳକୁ ଭୋଗିବାକୁ ପଡିଥିଲା । ପ୍ରାର୍ଥୀ ଅମାନତ ହରେଇବା ସହ ଦଳ ମଧ୍ୟ ସିଧା ତିନି ନମ୍ବର ସ୍ଥାନକୁ ଖସି ଆସିଥିଲା ।
ପୁଣି ଥରେ ଏବେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ଆରମ୍ଭ ହୋଇଗଲାଣି ଟିକେଟ ବଣ୍ଟନରେ ପ୍ରିୟପ୍ରୀତି ତୋଷଣ । ତେଣୁ ଆଶା କରାଯାଉଛି ଏଥର ଦଳର ନେତା ପରାଜୟ ସ୍ଵୀକାର କଲେ ମଧ୍ୟ ଦଳର ସଚ୍ଚୋଟ କର୍ମୀ ଆଡଭୋକେଟ ମାନସ ଆଚାର୍ଯ୍ୟଙ୍କୁ ଆଗାମୀ ଉପ ନିର୍ବାଚନରେ ପ୍ରକୃତ ନ୍ୟାୟ ଦେବ ।