ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା । ଅଫ୍ଲାଇନ୍ ପରୀକ୍ଷାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ଉତ୍ତେଜନା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଲାଠିଚାଳନା ହୋଇଛି । ଉତେଜନା କରୁଥିବା ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଛି ପୁଲିସ ।
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ତୁୁମୁଳକାଣ୍ଡ । ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରମାନେ ଘେରାଉ କରିବା ସହ ଅନଲାଇନ ପାଇଁ ଦାବି କରିଥିଲେ । ବରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଅଞ୍ଚଳର ଛାତ୍ରଛାତ୍ରୀ ପୂର୍ବରୁ ଅଫଲାଇନ୍ ପରୀକ୍ଷା କରାଇବାକୁ କୁଳପତିଙ୍କୁ ଚିଠି ଲେଖିଥିଲେ । ଆଜି ବିଶ୍ୱବିଦ୍ୟାଳୟକୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଚାହିଁଥିଲେ ଛାତ୍ର କଂଗ୍ରେସ ସଦସ୍ୟ । କିନ୍ତୁ କେହି ଉପସ୍ଥିତ ନଥିବାରୁ ଆଲୋଚନା ହୋଇ ପାରିନଥିଲା । ଏହାକୁ ନେଇ ପୋଲିସ ଓ ଛାତ୍ର କଂଗ୍ରେସର ସଦସ୍ୟ ମୁହାଁମୁହିଁ ହୋଇଥିଲେ ।
ଛାତ୍ର କଂଗ୍ରେସ କର୍ମୀମାନେ ବିଶ୍ବବିଦ୍ୟାଳୟ ଘେରାଉ କରିବା ସହ ଭଙ୍ଗାରୁଜା କରିବାରୁ ମୃଦୁ ଲାଠି ଚାଳନା କରିଛି ପୋଲିସ । ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ପୁଲିସ ଲାଠି ଚାର୍ଜ କରିଥିଲା । ଛାତ୍ରମାନେ