କରୋନାର ଦ୍ବିତୀୟ ଲହର ଦେଶରେ ଭୟଙ୍କର ହେଲାଣି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ କରୋନା ଜନିତ ମୃତ୍ୟୁ ସିଂଖ୍ୟା ରହିଛି ୪୪୬ । ତେବେ ଦେଶରେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସହ ମୃତ୍ୟୁ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି ।
ଗତ ୨୪ ଘଂଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏଯାବତ୍ ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୮୮ ହଜାର ୨୨୩ ଜଣ ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୧୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ରେ ପହଞ୍ଚିଛି । କରୋନାରେ ଏଯାବତ୍ ଦେଶରେ ୧ ଲକ୍ଷ ୬୫ ହଜାର ୫୪୭ ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସହ ମୃତ୍ୟୁ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି ।୨୪ ଘଣ୍ଟାରେ କୋଭିଡ୍ରେ କେବଳ ମହାରାଷ୍ଟ୍ରରେ ୨୨୨ ଜଣଙ୍କୁ ମିଶାଇ ସମଗ୍ର ଦେଶରେ ମୋଟ ୪୭୮ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରୁ ୮୧.୯୦ ପ୍ରତିଶତ ହିଁ କେବଳ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବ ପରି ୮ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି।