ସ୍ଥିତି ଭୟଙ୍କର

ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଭୟଙ୍କର ସ୍ଥିତି ଉପୁଜିଛି । ଦେଶରେ ସର୍ବକାଳୀନ ରେକର୍ଡ କରିଛି ମହାମାରୀ କରୋନା। ପ୍ରତିଦିନ କରୋନାର ନୂଆ ନୂଆ ରେକର୍ଡ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏବେ ୩ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଏପ୍ରିଲ ମାସର ସଂକ୍ରମଣ ସାଂଘାତିକ ରୂପ ନେଉଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଚିତ୍ର ବିଚଳିତ କରୁଛି ।

ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫ଶହ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦୧ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ହଜାର ୧୦୯ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ରେ ପହଞ୍ଚିଛି।

ଦେଶରେ ଏବେ ଧିରେ ଧିରେ କରୋନା ସଂକ୍ରମଣ ଜଟିଳ ହେବାରେ ଲାଗିଛି । ମହାରାଷ୍ଟ୍ର, ଛତିଶଗଡ, ଗୁଜୁରାଟ ଆଜି ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ୯୧ ହଜାରରୁ ଅଧିକ ଲୋକ ରହିଛନ୍ତି। ମହାରାଷ୍ଟ୍ରରେ ରେକର୍ଡ ୬୭ ହଜାର ଆକ୍ରାନ୍ତ କେବଳ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ୪୧୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୨୪,୩୭୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଓ ୧୬୭ ଜଣଙ୍କ ମୃତ୍ୟୁ ଘଟିଛି।

Comments (0)
Add Comment