ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଯାତ୍ରା ଏବେ ପୁଣି ଆରମ୍ଭ ହେବ । ଏବେ ପୁଣି ଥରେ ପଡିବ ଉଠିବ ପେଣ୍ଡାଲ। ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏହି ଗାଇଡ୍ ଲାଇନ୍ରେ ସରକାର ଯାତ୍ରାଠୁ ନେଇ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ୟ୍ୟ ପାଇଁ ନିୟମରେ କୋହଳ କରିଛନ୍ତି। ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଏହି ଗାଇଡ୍ ଲାଇନ୍ରେ ସରକାର ଯାତ୍ରାଠୁ ନେଇ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ୟ୍ୟ ପାଇଁ ନିୟମରେ କୋହଳ କରିଛନ୍ତି।
ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ମାର୍ଚ୍ଚ ପହିଲାଠାରୁ କରୋନା କଟକଣା ମଧ୍ୟରେ ଯାତ୍ରାର ଆୟୋଜନ ହୋଇପାରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବାକୁ ଗାଇଡଲାଇନରେ କୁହାଯାଇଛି। ଯାତ୍ରା ତମ୍ବୁରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବା ଏବଂ ଦର୍ଶକ ବସିବା ପାଇଁ ପଡ଼ିଥିବା ଚେୟାର ମଧ୍ୟରେ ୬ଫୁଟର ଦୂରତା ରଖିବାକୁ କୁହାଯାଇଛି। ସଂକ୍ରମଣକୁ ଏଡ଼ାଇବା ପାଇଁ ଅନଲାଇନ ଟିକେଟ ବୁକିଂ କରିବାକୁ କୁହାଯିବା ସହ ଏକାଧିକ ଟିକେଟ ବୁକିଂ କାଉଣ୍ଟର ଖୋଲିବାକୁ କହିଛନ୍ତି ରାଜ୍ୟ ସରକାର। ଯାତ୍ରାରେ କଟକଣା ଉଲ୍ଲଂଘନ କଲେ ଆୟୋଜକ ଦାୟୀ ରହିବେ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ କୁହାଯାଇଛି।
ସେହିପରି ବାହାଘର ଏବଂ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫ ଶହ ଲୋକଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ଏଥିରେ ମାସ୍କ ପରିଧାନ, ସାମାଜିକ ଦୂରତା ଏବଂ ସାନିଟାଇଜ୍ ବାଧ୍ୟତାମୂଳକ କରାଯାଇଛି।