କରୋନା ଔଷଧ ‘ଟୁ ଡିଜି’

ଆସିଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ –ଟୁ ଡିଜି। ଭ୍ୟାକସିନ ପରେ ପ୍ରଥମ ଥର ପାଇଁ ଆସିଛି କରୋନା ଔଷଧ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଆଣ୍ଟି କୋଭିଡ ଔଷଧର ପ୍ରଥମ ବ୍ୟାଚ୍ ଲଞ୍ଚ କରିଛନ୍ତି । ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନିଉକ୍ଲିଅର ଆଣ୍ଡ ଆଲାଏଡ ସାଇନସ୍ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡି ଲ୍ୟାବ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧ କରୋନା ଚିକିତ୍ସାରେ ବେଶ ଉପଯୋଗୀ ହେବ ବୋଲି କୁହାଯାଇଛି । କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି । ଆଜି ରାଜନାଥ ସିଂ ୧୦ ହଜାର ଡୋଜ୍ ବଂଟନ କରିବେ । ଦିଲ୍ଲୀର କିଛି ହସପିଟାଲରେ ଏହାକୁ ଦିଆଯିବ ।

ଏହି ଔଷଧ ପାଉଡର ଗୁଣ୍ଡ ଆକାରରେ ମିଳିବ ଏବଂ ଏହାକୁ ପାଣିରେ ମିଶାଇ ପିଆଯାଇ ପାରିବ । ଡିଆରଡିଓ ପକ୍ଷରୁ କୁହାଯାଇଛି ଏହି ଔଷଧ ଯେଉଁ କେତେକ କରୋନା ରୋଗୀଙ୍କୁ ଟ୍ରାଏଲ୍ ପାଇଁ ଦିଆଯାଇଥିଲା ତାଙ୍କ ଆରଟିପିସିଆର ଟେଷ୍ଟ କମ୍ ଦିନରେ ନେଗେଟିଭ୍ ଆସିଛି । ଏହା କରୋନା ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହେଉଛି ବୋଲି ଦାବି କରାଯାଇଛି । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହି ଔଷଧର ‘ମଲିକ୍ୟୁଲ୍ ’ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରିବ ।

Comments (0)
Add Comment