ଓଡିଶାରେ ସଂକ୍ରମଣର ସମାନ୍ତରାଳ ଭଳି ସ୍ଥିତି ରହିଛି ।ସ୍ଥିତି ଢେଉ ଭଳି ରହୁଛି । କେତେବେଳେ ଅପ୍ ତ କେତେବେଳେ ଡ଼ାଉନ ସ୍ଥିତିରେ ବି ରହୁଛି । ଗତକାଲି ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୭ ହଜାରରେ ରହିଛି । ସେଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସେପଟେ ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ।
କୋରନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି । କିଛି ଦିନ ଧରି ରାଜ୍ୟରେ ସଂକ୍ରମଣ ୬ ହଜାରୁ ୭ ହଜାର ମଧ୍ୟରେ ରହିଥିବା ବେଳେ ଡିଏମଇଟି ସିବିକେ ମହାନ୍ତି ଏହାକୁ ପ୍ଲାଟ୍ୟୁ ଷ୍ଟେଜ ବୋଲି କହିଥିଲେ । ତେବେ ଗତକାଲି ନମୂନା ପରୀକ୍ଷା ଅଧିକ କରାଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୮ ହଜାର ଟପିିଥିଲା ।
ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି ।ଏହାସହ କରୋନା ଯୋଗୁଁ ୨୦୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।୨୪ଘଂଟା ଭିତରେ ୪୪ହଜାର ୬୪ଟି ନମୁନା ପରୀକ୍ଷା କରାଯାଇଛି । ସେପଟେ ରାଜ୍ୟରେ ଏକ କୋଟି ଟପିଛି କରୋନା ଟେଷ୍ଟିଂ ସଂଖ୍ୟା ।