ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫ ହଜାର ୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୫୨ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୪୧୩ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୭୮ ଜଣ ଅଛନ୍ତି ।ଖୋର୍ଦ୍ଧାରୁ ୧୫୦୦ ଥିବା ବେଳେ ସୁନ୍ଦରଗଡ଼ରୁ ୫୦୧, କଟକରୁ ୪୭୮, ବାଲେଶ୍ୱରରୁ ୨୩୪, ଯାଜପୁରରୁ ୨୧୯, ମୟୂରଭଂଜରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ଜଣ । ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୩୧ ହଜାର ୯୧୭ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭ ହଜାର ୩୪୦ଜଣ । ୫୯ ହଜାର ୮୦୭ ଜଣ ନମୁନା ପରୀକ୍ଷା ହୋଇଛି
ସେହିପରି ଦେଶରେ ୩ ଲକ୍ଷ ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୫ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ୩ଲକ୍ଷ ୬ ହଜାରରୁ ଅଧିକ ମାମଲା ଆସିଥିଲା । ତେଣୁ ଗତକାଲି ତୁଳନାରେ ଆଜି ୫୦ ହଜାର ୧୯୦ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କୋଭିଡ ସଂକ୍ରମଣ ହାର ୧୫.୨ ପ୍ରତିଶତ ରହିଛି । ସେହିପରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ପାର କରିଛି ।
ଦେଶରେ କରୋନା ସଂକ୍ରମଣ ତଳମୁହାଁ ରହିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ୨୪ ଘଂଟାରେ ୬୧୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । କିନ୍ତୁ ସୋମବାର ୪୩୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୩୬ ହଜାର ୮୪୨ ରହିଛି । ଏହା ପୂର୍ବରୁ ଗତକାଲି ସୋମବାର ୩ ଲକ୍ଷ ୬ ହଜାର ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିଛିଦିନ ହେଲା ଦେଶରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି ।