ପୁଣି ବଢିଲା କରୋନା ସଂକ୍ରମଣ

ଦେଶରେ ପୁଣି ବଢିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୨ ଲକ୍ଷ ୮୫ ହଜାର ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁନଳାରେ ପାଖାପାଖି ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୨ ଲକ୍ଷ ୫୫ ହଜାର ୮୭୪ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ପାର କରିଛି । ସୂଚନା ଅନୁସାରେ ଗତକାଲି ୨ ଲକ୍ଷ ୯୯ ହଜାର ୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ଆକ୍ଟିଭ୍ କେସ୍ ରହିଛି ୨୨ ଲକ୍ଷ ୨୩ ହଜାର ୧୮ । ଡେଲି ପଜିଟିଭିଟି ରେଟ୍ ୧୬ ଦଶମିକ ୧୬ ପ୍ରତିଶତ ରହିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ୬୬୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ୬୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ଘଣ୍ଟା ମଧ୍ୟରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବର୍ଗର ୮୬୭ ପଜିଟିଭ ଚିହ୍ନଟ । ସେହିଭଳି ସଙ୍ଗରୋଧରୁ ୪୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୨୦ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୧୯୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୦୯, ବାଲେଶ୍ୱର ୪୯୬, ବରଗଡ ୧୩୪, ଭଦ୍ରକ ୧୦୦, ବଲାଙ୍ଗୀର ୨୦୭, ବୌଦ୍ଧ ୯୮, କଟକ ୫୪୮, ଦେବଗଡ ୨୫, ଢେଙ୍କାନାଳ ୩୭, ଗଜପତି ୯୯, ଗଞ୍ଜାମ ୩୪, ଜଗତସିହପୁର ୧୨୯, ଯାଜପୁର ୧୫୨, ଝାରସୁଗୁଡା ୪୫, କଳାହାଣ୍ଡି ୧୮୮, କନ୍ଧମାଳ ୧୨୩, କେନ୍ଦ୍ରାପଡା ୮୪, କେନ୍ଦୁଝର ୧୩୬, କୋରାପୁଟ ୧୫୯, ମାଲକାନଗିରି ୬୭, ମୟୂରଭଞ୍ଜ ୧୬୬, ନବରଙ୍ଗପୁର ୧୧୭, ନୟାଗଡ ୨୪୫, ନୂଆପଡା ୧୯୧, ପୁରୀ ୧୦୬, ରାୟଗଡା ୧୩୧, ସମ୍ବଲପୁର ୧୬୦, ସୋନପୁର ୨୧୨, ସୁନ୍ଦରଗଡ ୭୭୮ ଓ ଷ୍ଟେଟପୋଲରୁ ୩୯୧ ଜଣ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment