ରାଜ୍ୟରେ ୨୪ ଘଂଟାରେ ଆଉ ୧୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୦୯ ଜଣ ରହିଛନ୍ତି । କ୍ୱାରେଂଟାଇନରୁ ୯୧୮ ଓ ଲୋକାଲ କଂଟାକ୍ଟ ୬୫୪ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ପଜିଟିଭ୍ ଆସିଛି । କଟକରୁ ୧୬୧, ସୁନ୍ଦରଗଡ଼ରୁ ୧୧୩, କୋରାପୁଟ୍ରୁ ୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ରାୟଗଡ଼ାରୁ ୭୪, ସମ୍ବଲପୁରରୁ ୭୩, ବାଲେଶ୍ୱର ଓ କନ୍ଧମାଳରୁ ୬୨, ମୟୂରଭଂଜରୁ ୬୦ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ମାମଲା ୧୪ ହଜାର ୨୫୩ ରହିଛି ।
ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୫୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୫୮୦୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୬୫୭ ଛୁଇଁଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୬ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୯୭୮୦୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୨ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୦୭୧୭୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।