କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୬୦୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୬ ଛୁଇଁଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୦୨୧୩୧ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୧ ଲକ୍ଷ ୨୪ ହଜାର ୨୮୪ ସୁସ୍ଥ ହୋଇ ଫେରିଛନ୍ତି ।
ସେହିପରି ରାଜ୍ୟରେ ୨୪ଘଣ୍ଟାରେ ୩୮୮ ପଜିଟିଭ ଚିହ୍ନଟ । ୮୬ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ । ସଙ୍ଗରୋଧରୁ ୨୨୬, ସ୍ଥାନୀୟ ସଂକ୍ରମଣରୁ ୧୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୫୩, ଗଜପତି ୩୦, କଟକରୁ ୨୧, ଅନୁଗୁଳ ୧୩, ବାଲେଶ୍ୱର ୧୧, ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୭, ବୌଦ୍ଧରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ ୫, ଢେଙ୍କାନାଳ ୧୧, ଗଞ୍ଜାମ ୭, ଜଗତସିଂହପୁର ୭, ଯାଜପୁର ୨୩, ଝାରସୁଗୁଡା ୧୩, କଳାହାଣ୍ଡି ୩, କନ୍ଧମାଳ ୪, କେନ୍ଦ୍ରାପଡା ୧୫, କେନ୍ଦୁଝର ୮, କୋରାପୁଟ ୧୨, ମାଲକାନଗିରି ୩, ମୟୂରଭଞ୍ଜ ୨୦, ନବରଙ୍ଗପୁର ୮, ନୟାଗଡ ୧୩, ନୂଆପଡା ୮, ପୁରୀ ୩, ରାୟଗଡା ୨୦, ସମ୍ବଲପୁର ୨୪, ସୁନ୍ଦରଗଡ ୧୬ ଓ ଷ୍ଟେଟ ପୋଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୨ହଜାର ୮୬୯ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୬୩୨ ଜଣ ।