ରାଜ୍ୟରେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶୂନରୁ ୧୮ ବର୍ଷ ମଧ୍ୟରେ ୪୪୮ ପିଲା ସଂକ୍ରମିତ ହୋଇଛନ୍ତି ।
ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬୯ ଜଣ, ବାଲେଶ୍ବର ଜିଲ୍ଲାରୁ ୨୧୦ ଜଣ, ବରଗଡ଼ରୁ ୮୪ ଜଣ, ଭଦ୍ରକରୁ ୬୯ ଜଣ, ବଲାଙ୍ଗୀରୁ ୧୦୪ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୪୦୧ ଜଣ, ଦେବଗଡ଼ରୁ ୧୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଞ୍ଜାମରୁ ୪୯ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୪୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୬୩ ଜଣ, କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୧୧ ଜଣ, ମୟୂରଭଞ୍ଜରୁ ୧୮୨ ଜଣ, ନବରଙ୍ଗପୁରରୁ ୮୫ ଜଣ, ନୟାଗଡ଼ରୁ ୨୪ ଜଣ, ନୂଆପଡ଼ାରୁ ୫୧ ଜଣ, ପୁରୀରୁ ୧୩୦ ଜଣ, ରାୟଗଡ଼ାରୁ ୮୨ ଜଣ, ସମ୍ୱଲପୁରରୁ ୬୪୪ ଜଣ, ସୋନପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ ଓ ଷ୍ଟେଟ ପୁଲରୁ ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ଲକ୍ଷେ ୭୯ ହଜାର ୭୨୩ ନୂଆ ମାମଲା ସାମନାକୁ ଆସିଛି । ଯାହା ସୋମବାର ତୁଳନାରେ ୧୨.୬ ପ୍ରତିଶତ ଅଧିକ । ତେବେ ଚିନ୍ତାର ବିଷୟ ହେଉଛି ମହାରାଷ୍ଟ୍ରରୁ କେବଳ ୪୪ ହଜାର ୩୮୮ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୨୪ ହଜାର ୨୮୭,ଦିଲ୍ଲୀରେ ୨୨ ହଜାର ୭୫୧,ତାମିଲନାଡୁରେ ୧୨ ହଜାର ୮୯୫ ଓ କର୍ଣ୍ଣାଟକରେ ୧୨ ହଜାର ମାମଲା ସାମାନକୁ ଆସିଛି । ଦେଶରେ ୬୪.୭୨ ପ୍ରତିଶତ ନୂଆ ମାମଲା କେବଳ ୫ ରାଜ୍ୟରୁ ମିଳିଛି ।