ଦେଶରେ ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ଲକ୍ଷେ ୯୪ ହଜାର ୭୨୦ ପଜିଟିଭ୍ ।ସଂକ୍ରମଣ ହାର ବି ୧୧ ଦଶମିକ ୦୫ ପ୍ରତିଶତ ହୋଇଯାଇଛି । ଗତକାଲି ତୁଳନାରେ ୨୬ହଜାର ୬୫୭ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିପରି ୨୪ଘଣ୍ଟାରେ ୪୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୪ ହଜାର ୬୫୫ ।
ସେହିଭଳି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୮୬୮ରେ ପହଂଚିଛି । ମହାରାଷ୍ଟ୍ର ଓ ରାଜସ୍ଥାନରେ ସବୁଠାରୁ ଅଧିକ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, କେରଳ, ଗୁଜରାଟ ଭଳି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି । କରୋନା ମାମଲା ବଢିବା ସହିତ ଟିକାକରଣ ବି ଚାଲିଛି । ମହାରଷ୍ଟ୍ରରେ ୨୪ ଘଂଟା ମଧ୍ୟରେ ଅଧିକ ମାମଲା ଚିହ୍ନଟ ହୋଇଛି । ୨୪ ଘଂଟାରେ ଦେଶରେ ୪୪୨ ଜଣ ପ୍ରାଣ ହରାଇଛନ୍ତି । ମୋଟ ୪, ୮୬୮ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ହଜାରେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ମହାରାଷ୍ଟ୍ରରେ ୧୨୮୧ ଓ ରାଜସ୍ଥାନରେ ୬୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି ।
ରାଜ୍ୟରେ କରୋନା ସଂକ୍ରମଣ କାଲିର ରେକର୍ଡ ଆଜି ଭାଙ୍ଗୁଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଆଜି ୮୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୫୦୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୬୮୨ ଜଣ । ସବୁଠାରୁ ବଡ କଥା ହେଉଛି, ୭୯୨ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୧୦୭ ଜଣ, ବାଲେଶ୍ବର ଜିଲ୍ଲାରୁ ୨୩୧ଜଣ, ବରଗଡ଼ରୁ ୧୩୬ ଜଣ, ଭଦ୍ରକରୁ ୧୦୩ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୭୬୬ଜଣ, ଦେବଗଡ଼ରୁ ୨୫ ଜଣ, ଢେଙ୍କାନାଳରୁ ୭୮ଜଣ, ଗଞ୍ଜାମରୁ ୧୦୬ଜଣ, ଗଜପତିରୁ ୭୨ଜଣ, ଜଗତସିଂହପୁରରୁ ୧୧୪ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୨୦୩ଜଣ, କଳାହାଣ୍ଡିରୁ ୮୬ ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୯୫ଜଣ, କୋରାପୁଟରୁ ୧୬୧ ଜଣ, ମାଲକାନଗିରିରୁ ୧୨ ଜଣ, ମୟୂରଭଞ୍ଜରୁ ୩୩୮ ଜଣ, ନବରଙ୍ଗପୁରରୁ ୧୧୨ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୬୭ ଜଣ, ପୁରୀରୁ ୨୧୬ ଜଣ, ରାୟଗଡ଼ାରୁ ୬୫ ଜଣ, ସମ୍ୱଲପୁରରୁ ୫୯୬୬ ଜଣ, ସୋନପୁରରୁ ୮୭ଜଣ, ସୁନ୍ଦରଗଡ଼ରୁ ୧୨୫୨ ଜଣ ଓ ଷ୍ଟେଟ ପୁଲରୁ ୫୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୯୧ ହଜାର ୫୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।