୨୪ ଘଣ୍ଟାର କରୋନା ଗ୍ରାଫ

ଦେଶରେ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ ହାର ବର୍ତମାନ ୧୪.୭୮ ପ୍ରତିଶତ ରହିଛି । କରୋନା ସଂକ୍ରମଣ ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି । ଗତକାଲି ତୁଳନାରେ ଆଜି ୧୬ ହଜାର ୭୮୫ ଅଧିକ ମାମଲା ଚିହ୍ନଟ ହୋଇଛି ।
ଓମିକ୍ରନ ମାମଲା ବଢି ୫ ହଜାର ୭୫୩ ହୋଇଛି । ୨୪ ଘଂଟା ମଧ୍ୟରେ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ କରୋନା ସଂକ୍ରମଣ ଅଧିକ ଅଛି । ଦେଶରେ ଆକ୍ଟିଭ ମାମଲା ୧୨ ଲକ୍ଷରୁ ଅଧିକ ହୋଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଜଣ ଅଛନ୍ତି। ୧୦,୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୧୧ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪, ଷ୍ଟେଟ୍‌ପୁଲରୁ ୭୯୬, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ ୩୪୦ ଓ ବାଲେଶ୍ୱରରୁ ୪୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୋଳରୁ ୮୫, ବରଗଡ଼ ୧୦୨, ଭଦ୍ରକ ୧୦୨, ବଲାଙ୍ଗିର ୧୯୧, ବୌଦ୍ଧ ୨୪, ଦେବଗଡ଼ ୨୩, ଢେଙ୍କାନାଳ ୬୯, ଗଜପତି ୧୨୬, ଗଞ୍ଜାମ ୫୫, ଜଗତସିଂହପୁର ୧୩୨, ଯାଜପୁର ୧୪୩, ଝାରସୁଗୁଡ଼ା ୨୦୨, କନ୍ଧମାଳ ୨୦୩, କନ୍ଧମାଳ ୨୬, କେନ୍ଦ୍ରାପଡ଼ା ୭୪, କେନ୍ଦୁଝର ୧୧୪, କୋରାପୁଟ ୧୮୬, ମାଲକାନଗିରି ୩୦, ମୟୂରଭଞ୍ଜ ୩୪୦, ନବରଙ୍ଗପୁର ୧୨୫, ନୟାଗଡ଼ ୧୨୧, ନୂଆପଡ଼ା ୪୫, ପୁରୀ ୨୬୯, ରାୟଗଡ଼ା ୧୮୩ ଓ ସୋନପୁରରୁ ୧୩୨ ଜଣ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ୧୦,୨୭୩ ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୧୧୮୭୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୫୦ ,୧୭୯ ଜଣ ସୁସ୍ଥ ହୋଇସାରିଲେଣି। ୫୩,୧୭୧ ଜଣ ଚିକିତ୍ସାଧୀନ ଅଛନ୍ତି।

Comments (0)
Add Comment