କମୁଛି କରୋନା ଗ୍ରାଫ୍

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର । ଦିନକରେ ଆଉ ୫ ହଜାର ୫୭ ନୂଆ ପଜିଟିଭ୍ ଚିହ୍ନଟ । ଗତକାଲି ଏହି ସଂଖ୍ୟା ଥିଲା ୫ ହଜାର ୯୦୧ । ୨୪ ଘଂଟାରେ ୬୧ ହଜାର ୬୩୫ ନମୁନା ପରୀକ୍ଷା ହୋଇଥିବା ବେଳେ ୫ ହଜାର ୫୭ ପଜିଟିଭ୍ ଆସିଛି ।
ଆଜି ୫ ହଜାର ୫୭ ମାମଲା ଆସିଛି । ୦ରୁ ୧୮ ବର୍ଷ ମଧ୍ୟରେ ୬୬୭ ଜଣ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୯୫,ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭, ବାଲେଶ୍ୱରର ୁ୨୦୨, ନୂଆପଡାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୨୨୬କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୪ ହଜାର ୨୧୭ । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୬୦ରେ ପହଞ୍ଚିଛି ।
ଦେଶରେ ଗତକାଲି ଅପେକ୍ଷା ଆଜି କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୨ ଲକ୍ଷ ୫୧ ହଜାର ୨୦୯ ମାମଲା ଆସିଛି । ଗୁରୁବାର ତୁଳନାରେ ପାଖାପାଖି ୩୫ ହଜାର କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥାତ ୧୨ ପ୍ରତିଶତ କମ ମାମଲା ଆସିଛି । ଦୈନିକ ସଂକ୍ରମଣ ହାର ରହିଛି ୧୫.୮୮ ପ୍ରତିଶତ । ସେହିପରି ଦିନରେ କରୋନାରେ ୬୨୭ ଜଣ ଆଖିବୁଜିଛନ୍ତି । ତେବେ ଭଲ ଖବର ହେଉଛି ୨୪ ଘଣ୍ଟାରେ୩,୪୭,୪୪୩ ଜଣ ସୁସ୍ଥ ହୋଇଛନ୍ତି କରୋନାରୁ ।

Comments (0)
Add Comment