କମୁଛି ଦୈନିକ ସଂକ୍ରମଣ

ରାଜ୍ୟରେ ୧୦ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୦୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୦୭ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୭, କଟକରୁ ୭୮୬,ଷ୍ଟେଟପୁଲରୁ ୭୦୭, ବାଲେଶ୍ୱରରୁ ୪୩୩, ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩, ରାୟଗଡ଼ାରୁ ୨୫୩, ବଲାଙ୍ଗିରରୁ ୨୩୮, ଝାରସୁଗୁଡ଼ାରୁ ୨୨୫, ଜଗତସିଂହପୁରରୁ ୨୦୭, ପୁରୀରୁ ୧୯୮, ଯାଜପୁରରୁ ୧୯୫, ନୟାଗଡ଼ରୁ ୧୯୩, ବରଗଡ଼ରୁ ୧୬୬, ସୁବର୍ଣ୍ଣପୁରରୁ ୧୬୩, କଳାହାଣ୍ଡିରୁ ୧୬୩, କୋରାପୁଟରୁ ୧୬୨, ନବରଙ୍ଗପୁରରୁ ୧୫୯,ଅନୁଗୁଳରୁ ୧୫୮, ଭଦ୍ରକରୁ ୧୧୮, ଗଜପତିରୁ ୧୦୯, ନୂଆପଡ଼ାରୁ ୧୦୮, କେନ୍ଦୁଝରରୁ ୧୦୫ ଓ ଗଞ୍ଜାମରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୪,୪୦୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦,୬୦,କ୍ଟ୬୭ ଜଣ ସୁସ୍ଥ ହୋଇସାରିଲେଣି।
ଦେଶରେ ଆଜି ମଧ୍ୟ ଅଢ଼େଇ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୨ ଲକ୍ଷ ୫୮ ହଜାର ୮୯ ନୂଆ ମାମଲା ଚିହ୍ନଟ ହୋଇଛି । ୩୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଅପେକ୍ଷା ୧୩ ହଜାର ୧୧୩ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୫୧ ହଜାର ୭୪୦ ଜଣ । ଏବେ ଦେଶରେ ଆକ୍ଟିଭ ମାମଲା ରହିଛି ୧୬ ଲକ୍ଷ ୫୬ ହଜାର ୩୪୧ ଜଣ ।
ଏହାସହ ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ମାମଲା ୮୨୦୯ରେ ପହଞ୍ଚିଛି । ଆଇସିଏମ୍ଆର୍ ଅନୁଯାୟୀ ରବିବାରରେ ଭାରତରେ କରୋନା ଭାଇରସର ୧୩,୧୩,୪୪୪ ନମୁନା ପରୀକ୍ଷା କରାଯାଇଥିଲା, ଏହାସହ ଏପର୍ୟ୍ୟନ୍ତ ମୋଟ ୭୦,୩୭,୬୨,୨୮୨ ନମୁନା ପରୀକ୍ଷା କରାଯାଇଛି। ଏବଂ ଆରୋଗ୍ୟ ହାର ୯୪.୨୭% କୁ ହ୍ରାସ ପାଇଛି ।

Comments (0)
Add Comment