ଜୁନ ଆଣୁଛି ଆଶ୍ୱସ୍ତି

ଜୁନ ଆଣୁଛି ଆଶ୍ୱସ୍ତି । ରାଜ୍ୟରେ କମୁଛ ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି ।ପଜିଟିଭ ହାର ୭.୯୭%କୁ ଖସିଛି । ହେଲେ ମୃତ୍ୟୁ ସଂଖ୍ୟା ଏବେ ବି ଦୈନିକ ୪୦ ଉପରେ ରହୁଛି । ଦୁଇ ଦିନ ପରେ ରାଜ୍ୟରେ ପୁଣି ୬ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ।

ରାଜ୍ୟରେ ଗତ ୨୪ ଘଂଟାରେ ୬୫ ହଜାର ୬୩୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୫୨୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭ ଜଣ ଚିହ୍ନଟ ହୋଇଛନ୍ତି।ଅନୁଗୋଳ ଜିଲ୍ଲାରୁ ୨୭୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨୦, ବରଗଡ଼ରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗିରରୁ ୪୧, ବୌଦ୍ଧରୁ ୮୩, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଯାଜପୁରରୁ ୩୯୪, ଜଗତସିଂହପୁରରୁ ୧୪୮, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡ଼ାରୁ ୨୩୭, କେନ୍ଦୁଝରରୁ ୧୧୫, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡ଼ରୁ ୧୩୨, ନୂଆପଡ଼ାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୁବର୍ଣ୍ଣପୁରରୁ ୩୪ ଓ ସୁନ୍ଦରଗଡ଼ରୁ ୨୫୧ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଦିନକରେ ୪୩ କରୋନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼ ଓ କଟକରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, ରାୟଗଡ଼ା ଓ ପୁରୀରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଅଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮,୪୨,୪୬୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ମୋଟ ୭,୭୨,୯୭୨ ଏବଂ ଆକ୍ଟିଭ କେସ ଅଛି ୬,୬,୨୨୬। ସେହିପରି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୧୦କୁ ବୃଦ୍ଧି ପାଇଛି।

Comments (0)
Add Comment