ଆଉ ଦିନ କେଇଟା ପରେ ଓଡିଶାକୁ ଟିକା ଆସିବ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଚିଂଛି । ୧୦ରୁ ୧୨ ଦିନ ଭିତରେ ଟିକାକରଣ ଆରମ୍ଭ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ହେଲେ ଟିକା ଆସିଲେ ନେତା ଓ ମନ୍ତ୍ରୀ ନେବେ କି ନାହିଁ । ସେ ନେଇ ପ୍ରଶ୍ନ ଉଠିଛି । ଆଉ ଯେତେବେଳେ ନେତା ଓ ମନ୍ତ୍ରୀକୁ ଏହା ପଚରାଯାଉଛି , ସେମାନଙ୍କ ପ୍ରଶ୍ନ ଆଶ୍ଚର୍ଯ୍ୟ କରିଛି ।
ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ଟିକା ଆସିଲେ ସେ ନେବେ କି ନାହିଁ । ସେ ଟିକା ନେବା କଥାକୁ ଏଡାଇ ଯାଇଛନ୍ତି । ମନ୍ତ୍ରୀ ଉତରରେ କହିଛନ୍ତି-କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଆସିନି, ଆସିଲେ ଚିନ୍ତା କରିବୁ । ସମାନ ଢ଼ଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ କହିଛନ୍ତି- ଟିକା ଆସୁ ତା ପରେ ଦେଖିବା ।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ, ତୃତୀୟରେ ତାଙ୍କୁ ଟିକା ଦେବା ପରେ ସ୍ୱାସ୍ଥ୍ୟକର୍ମୀ ଏବଂ ସର୍ବ- ସାଧାରଣଙ୍କୁ ଦିଆଯାଉ । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଟିକାକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ଟିକାକରଣକୁ ନେଇ ସୁର ରାଉତରାୟଙ୍କ ସନ୍ଦେହ ସମସ୍ତେଙ୍କୁ ଆଶ୍ଚର୍ୟ୍ୟ କରୁଛି । କେବଳ ଯେ, ସୁର ରାଉରତରାୟ ଟିକାକୁ ନେଇ ଭିନ୍ନମତ ରଖୁଛନ୍ତି ତାହା ନୁହେଁ, ଏସବୁ ଭିତରେ ଆଶ୍ୱସ୍ତିକର ବୟାନଟିଏ ଦେଇଛନ୍ତି ପରିବହନ ମନ୍ତ୍ରୀ । ଟିକାକୁ ନେଇ ଭୟବିତ ହେବାର କ’ଣ ଅଛି । ସମସ୍ତେ ନେବେ ଆମେ ବି ନେବୁ । କାରଣ, ବିଭିନ୍ନ ପର୍ୟ୍ୟାୟରେ ପରୀକ୍ଷଣ ହୋଇ ଆସୁଛି, ଅସୁବିଧା କ’ଣ ବୋଲଶି କହିଛନ୍ତି ପରିବହନ ମନ୍ତ୍ରୀ ।
ଯେବେଠୁ ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ,ଟିକାକୁ ନେଇ ସନ୍ଦେହ ଓ ରାଜନୈତିକ ବୟାନବାଜୀ, ସେବେଠୁ ଆରମ୍ଭ ହୋଇଗଲାଣୀ, । କଂଗ୍ରେସ ନେତା ଶଶୀ ଥରରୁ ଏହା ପୂର୍ବରୁ କହିଥିଲେ, କୋଭାକ୍ସିନ୍ର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ କରିନଥିବା ବେଳେ ଟିକାକୁ ଅନୁମତି ଦେବା ବିପଦପୂର୍ଣ୍ଣ ହୋଇପାରେ । ସେହିପରି କଂଗ୍ରେସ ନେତା ମିଲିନ୍ଦ ଦୋରା କହିଛନ୍ତି-ସାଧାରଣ ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ସାମ୍ନାକୁ ଆସିବା ଆବଶ୍ୟକ । ଜୟରାମ ରମେଶ କହିଛନ୍ତି-କୋଭାକ୍ସିନ୍ ଟିକା କ୍ଷେତ୍ରରେ ଅର୍ନ୍ତଜାତୀୟ ପ୍ରଟୋକଲର ଉଲଂଘନ ହୋଇଛି । ଆଉ ଏସବୁ ଭିତରେ ସୀମା ଟପି ଯାଇଥିଲା, ଯେତେବେଳେ ଅଖିଳେଶ ଯାଦବଙ୍କ ବୟାନ ଆସିଥିଲା ।