ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଭାକସିନର ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନ ଦେଶରେ ୧ ଲକ୍ଷ ୬୫ ହଜାର ୭୧୪ଜଣଙ୍କୁ ଟିକା ଦିଆଯାଇଛି । ହେଲେ ଟିକା ନେବେ ପରେ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଟିକା ନେବା ପୂର୍ବରୁ ଚିନ୍ତା କରିବାକୁ ବାଧ୍ୟ କରିବ । ଦିଲ୍ଲୀରେ ଟିକା ନେବା ପରେ ୫୧ ଜଣଙ୍କ ଠାରେ ପାଶ୍ୱପ୍ରତିକ୍ର୍ରିୟା ଦେଖିବାକୁ ମିଳିଛି ।
ଦିଲ୍ଲୀରେ ପ୍ରଥମ ଦିନରେ ୮୧ଟି ଟିକାକରଣ କେନ୍ଦ୍ରରେ ୪୩୧୯ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି ।ହେଲେ ଟିକା ନେବାର କିଛି ଘଂଟା ପରେ ଦିଲ୍ଲୀରେ ୫୧ ଜଣ ଅସୁସ୍ଥ ହୋଇପଡିଛନ୍ତି । ଜଣେ ଲୋକ ଗୁରୁତର ହେବାରୁ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଠାରେ ଆଲର୍ଜି ଦେଖା ଦେଇଥିବା ଦିଲ୍ଲୀ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ ଦିଲ୍ଲୀ, ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିଛି । ଏହି ଦୁଇ ଅଞ୍ଚଳରେ ୧୧ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଚରକ ପାଳିକା ହସ୍ପିଟାଲରେ ୨ ସ୍ୱାସ୍ଥ୍ୟକର୍ମୀଙ୍କଠାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଉଭୟଙ୍କୁ ଏଇଏଫଆଇ ଟିମ୍ର ତତ୍ୱାବଧାନରେ ରଖାଯାଇଥିଲା । ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି ।ଉଭୟ ସ୍ୱାସ୍ଥ୍ୟକର୍ମୀ ମହିଳା ଏବଂ ପାରା ମେଡିକାଲ କର୍ମଚାରୀ । କୋଭିସିଲ୍ଡ ଭ୍ୟାକ୍ସିନ୍ ନେବା ପରେ ସେମାନଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ୟ୍ୟାୟରେ ଆଗଧାଡିର କୋଭିଡ୍ ଯୋଦ୍ଧା ମାନଙ୍କୁ ଟିକା ଦିଆଯାଇଥିବା ବେଳେ ଟିକାକରଲଣ ଶତ ପ୍ରତିଶତ ସଫଳ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ।