ସାବଧାନ ! ୨ୟ ଲହରରେ କ୍ଷତିଗ୍ରସ୍ତ ହେଉଛି ଫୁସଫୁସ । ଲକ୍ଷଣ ନଥାଇ ବି ସଂକ୍ରମିତ ହେଉଛି ଫୁସଫୁସ । କରୋନାର ୨ୟ ଲହରିରେ ନୂଆ ଷ୍ଟ୍ରେନ ଏତେ ଘାତକ ସାଜୁଛି ଯେ ଏହା ସିଧାସଳକ ଫୁସଫୁସ ଉପରେ ପ୍ରଭାବ ପକାଉଛି । କରୋନାରେ ପୀଡିତ ଲୋକମାନଙ୍କର ତ ଫୁସଫୁସ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଛି ତା ଛଡା ଯେଉଁ ଲୋକଙ୍କର କୌଣସି ବି ଲକ୍ଷଣ ନାହିଁ ସେମାନଙ୍କର ବି ଫୁସଫୁସ ପ୍ରଭାବିତ ହେଉଥିବା ଜଣାପଡିଛି ।
ତେବେ ଲକ୍ଷଣ ନଥିବା ଲୋକଙ୍କର ଯଦି କେହି ସମ୍ପର୍କୀୟ ପଜିଟିଭ ବାହାରିଛନ୍ତି ଆଉ ଉକ୍ତ ଲକ୍ଷଣହୀନ ବ୍ୟକ୍ତି ପରୀକ୍ଷା ପରେ ହିଁ ପଜିଟିଭ ବାହାରୁଛି । ସବୁଠାରୁ ବଡ କଥା ସିଟି ସ୍କାନ କଲା ପରେ ଜଣାପଡୁଛି ଲକ୍ଷଣ ନଥିବା ରୋଗୀଙ୍କର ଫୁସଫୁସ ୫୦ ପ୍ରତିଶତ ଆକ୍ରାନ୍ତ ହୋଇ ସାରିଛି । ଏମିତିକି ତାଙ୍କ ରକ୍ତରେ ଅକ୍ସିଜେନ ମାତ୍ରା ୮୫ ପ୍ରତିଶତକୁ ଖସି ଆସୁଛି । ଖାଲି ସେତିକି ନୁହେଁ ଅନ୍ୟ ସମ୍ପର୍କୀୟଙ୍କ ସିଟି ସ୍କାନ କଲା ରୁ ଜଣାଗଲା ଯେ ତାଙ୍କର ବି ୬୦ ପ୍ରତିଶତ ଫୁସଫୁସ କ୍ଷତିଗ୍ରସ୍ତ ହୋଇଛି । ଅହମଦାବାଦର ଏ ଘଟଣା ଏବେ କରୋନା କାଳରେ ନୂଆ ଭୟ ସୃଷ୍ଟି କରିଥିବା ବେଳେ ପରିସ୍ଥିତି କେତେ ବିପଦଜନକ ତାହା ସୂଚାଇ ଦେଉଛି ।
ଅନ୍ୟପଟେ ସିଟି ସ୍କାନ କରିବା ଦେହ ପାଇଁ କ୍ଷତିକାରକ ବୋଲି ଗତ କିଛି ଦିନ ତଳେ ଦିଲ୍ଲୀ ଏମସ ନିର୍ଦ୍ଦେଶକ ଗୁଲେରିଆ କହିଥିଲେ । ଆଉ ଏବେ ଅହମଦାବାଦର ଡାକ୍ତରଙ୍କ ପରାମର୍ଶ କ୍ରମେ ସିଟି ସ୍କାନ କରିବାକୁ ଭିଡ ଲଗାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ସିଟି ସ୍କାନ ଦ୍ୱାରା ସଂକ୍ରମଣର ମାତ୍ରା ଏବଂ ଫୁସଫୁସ କେତେ କ୍ଷତି ହୋଇଛି କିମ୍ବା ଫୁସଫୁସର ସ୍ଥିତି ବାବଦରେ ଜାଣିହେବ । ୨ୟ ଲହରରେ ଫୁସଫୁସ ଅଧିକ ସଂକ୍ରମିତ ହେଉଥିବାରୁ ଏହି ସିଟି ସ୍କାନ ଦ୍ୱାରା ହିଁ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ହେବ ବୋଲି ଡାକ୍ତର ରାହୁଲ ଜୈନ କହିଛନ୍ତି । ତେବେ ପ୍ରଥମେ ଗୁଲେରିଆ ସିଟି ସ୍କାନ କରିବା ବିପଦ କହିବା ଏବଂ ପରେ ଅହମଦାବାଦର ଏ ଘଟଣା ଟିକେ ମନରେ ଭୟ ସୃଷ୍ଟି କରୁଥିବା ବେଳେ ୨ୟ ଲହରରେ ଭିନ୍ନଭିନ୍ନ କଥା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।