ଆଜି ଭୋଟ ଗଣତିର ତୃତୀୟ ଦିନ । ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ଭଲ ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବିଜୟୀ ହୋଇଛି । ବିଜେପିକୁ ମିଳିଛି ୧୫ଟି ଆସନ । କଂଗ୍ରେସ ଜିତିଛି ୧୪ଟି ଜିଲ୍ଲା ପରିଷଦ ଜୋନରେ । ସେହିପରି ସ୍ୱାଧୀନକୁ ମିଳିଛି ୨ଟି ଏବଂ ଅନ୍ୟାନ୍ୟ ଦଳ ଦୁଇଟି ଆସନ ଅକ୍ତିଆର କରିଛନ୍ତି ।
ଅନ୍ୟପକ୍ଷରେ ଗତକାଲି ଠାରୁ ଚାଲିଥିବା ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି। ଦ୍ୱିତୀୟ ଦିନର ଗଣତିରୁ ଏଯାବତ୍ ୨୭୦ଟି ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୬ ଓ ୧୫ଟି ଆସନ ପାଇଛନ୍ତି। ସ୍ୱାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି ୩ଟି ଜୋନ୍। ଆହୁରି ୩୫ଟି ଜୋନ୍ର ଫଳାଫଳ ଆସି ନାହିଁ। ଏଗୁଡ଼ିକର ଗଣତି ଶେଷ ହୋଇନାହିଁ।
ଆଜି ଭୋଟ୍ ଗଣତିର ଶେଷ ଦିନ । ମୋଟ୍ ୮୫୧ ଆସନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଏହାପରେ କେଉଁ ଦଳ କେତେ ଆସନ ମିଳିଲା ତାହା ସ୍ୱଷ୍ଟ ହୋଇଯିବ ତେବେ ପ୍ରଥମ ଦୁଇ ଦିନର ଫଳାଫଳକୁ ଦେଖିଲେ ବିଜେଡି ଏକ ବୃହତ୍ତ ବିଜୟ ଅଭିମୁଖେ ଯାଉଛି ବୋଲି କୁହାଯାଇପାରିବ।